STORYMIRROR

Rama chandra Pradhan

Inspirational Children

4  

Rama chandra Pradhan

Inspirational Children

ମୋ ଛବି ବହି

ମୋ ଛବି ବହି

1 min
7

ମୋ ଛବି ବହି
=======
କି' ସୁନ୍ଦର ଆହା ମୋ ଛବି ବହି
ନାନା ରଙ୍ଗେ ନିଏ ମନକୁ ମୋହି l
ମୋଟା କାଗଜରେ ବଡ଼ ଅକ୍ଷର
କାଳି ଚିତ୍ର ଲାଗେ କି' ଚମତ୍କାର l
ବେଲୁନ୍ ସାଥିରେ ପରଜା ପତି
ଇନ୍ଦ୍ରଧନୁ ଖେଳେ ରଙ୍ଗରେ ମାତି l
ଅବନା ପଦରୁ ଯୁକ୍ତା ଅକ୍ଷର
ବନା, ମାତ୍ରା, ଫଳା ତାହାରି ଘର l
ପଣକିଆ ସାଥେ ଏକରୁ ଶହେ
କେତେ କଥା କେତେ କାହାଣୀ କୁହେ l
ମହପୁରୁଷଙ୍କ ଜୀବନୀ କଥା
ଶ୍ରୀପଞ୍ଚମୀ ଗୀତ ବଖାଣେ ଗାଥା l
ମିତଟେ ସାଜି ସେ' ବାଟ ବତାଏ
ଜାତୀୟ ସଂଗୀତ ଆନନ୍ଦେ ଗାଏ l
ସମୟ, ଓଜନ, ଭୂମିର ମାପ
ଛବି ବହି କହେ ପିଲାଙ୍କ ଗପ l
ଇଂରାଜୀ ବାରରୁ ଓଡ଼ିଆ ମାସ
'ଅ' କାରରୁ ପୁଣି 'ଔ'କାରେ ଶେଷ l
ଦେଶ ବିଦେଶର ଅଜଣା କଥା
ଛବି ବହି କହେ ଟୁଙ୍ଗାରି ମଥା l
ମୋ ଛବି ବହି ସବୁଠୁ ଭଲ
ସେଲାଗି ହୁଏ ମୁଁ ତା' ସାଥେ ଗେଲ l
ପାରିବିନି ଭୁଲି ତା'କୁ ଜୀବନେ
ରହିଥିବ ସଦା ସିଏ ସ୍ମରଣେ l

ରାମ ଚନ୍ଦ୍ର ପ୍ରଧାନ, ଶିକ୍ଷକ
ଟେକ୍ନିକାଲ୍ ହାଇସ୍କୁଲ୍, ଆସିକା ଗଞ୍ଜାମ
ମୋ:9861638736








Rate this content
Log in

Similar oriya poem from Inspirational