STORYMIRROR

Swayamsiddha Das

Inspirational

4  

Swayamsiddha Das

Inspirational

ପଶ୍ଚାତାପ

ପଶ୍ଚାତାପ

1 min
32

ହୃଦୟର କଥା କହିବି କା ଆଗେ 

  କିଏ ବୁଝିବ ମୋ ମନ 

ଠିକଣା ବିହୀନ ହୃଦୟ ମୋହର 

  ଅନ୍ଧକାର ବର୍ତ୍ତମାନ ।

ମନ ଅଗଣାରେ ଫୁଟୁଥିଲା ଫୁଲ

  ଦେଇ ପାରିଲନି ମୂଲ 

ମନ ସଂଗେ ଆଉ କେଉଁ ଜିନିଷର 

  ହୋଇକି ପାରିବ ତୁଲ ।

ଫୁଲ ଝୋଡ଼ିଗଲା ସପନ ଭାଙ୍ଗିଲା 

  କାଚର ଝରକା ପରି 

ଝରୋକ ସେପଟେ ଜନ୍ହ ଆଲୁଅର 

  ଜୋଛନା ପଡୁଛି ଝରି ।

ଜୋଛନା କୁ ଦେଖି ହସି ଉଠେ କାହା 

 ପରିତୃପ୍ତ ମନ ଶିରୀ 

ହେଲେ ମନ ମୋର ଶୁଷ୍କ ନଈ ଟିଏ ପରି 

  ଜୀବନ ଯାଉଛି ସରି ।

ସରିଗଲେ ଯାଉ ଜୀବନ ମୋହର 

  ସପନ ମୁଁ ଦେଖୁଥିବି 

ସପନରେ ପୁଣି ଜିଇଁ ଉଠିବ ମୋ 

  ଜୀବନର ସୁଖ ଶିରୀ ।


Rate this content
Log in

Similar oriya poem from Inspirational