STORYMIRROR

Swayamsiddha Das

Classics Inspirational

3  

Swayamsiddha Das

Classics Inspirational

ମୋ ମୟୁରଭଞ୍ଜ

ମୋ ମୟୁରଭଞ୍ଜ

1 min
182


ସୁନ୍ଦର ସ୍ରଷ୍ଟାଙ୍କ ସୁନ୍ଦରୀ ରାଇଜେ ସୁନ୍ଦରତା ପୂର୍ଣ୍ଣ ସଞ୍ଜ 

ସବୁଜିମା ଭରା ଵୃହତ୍ତମ ଜିଲ୍ଲା ସୁନ୍ଦରୀ ମୋ ମୟୁରଭଞ୍ଜ..... 


କେତେ ଯେ ଐତିହ୍ୟ କୀର୍ତ୍ତି ବିଦ୍ୟମାନ ଅନ୍ତରୀକ୍ଷ ଦେଶେ ତାର 

ଦେବାଦେବୀ ପୀଠ, କେତେ ତୀର୍ଥସ୍ଥାନ ମନ କିଣେ ସଭିଙ୍କର....


ଶିମିଳିପାଳ ଯେ ବକ୍ଷଦେଶେ ତାର ସଭିଙ୍କ ପ୍ରେମିକା ସାଜେ 

ତା ପ୍ରେମରେ ପଡ଼ି ପର୍ଯ୍ୟଟକ ଏଠି ଅଦିନ ବର୍ଷାରେ ଭିଜେ.... 


ସବୁଜିମା ଭରା ଦୃଶ୍ୟରାଜି ତାର ମାଦକ ଭରା ଚାହାଣି..

ନିଷିଦ୍ଧାଞ୍ଚଳ ର ଅଠର ଦେଉଳ କହେ ବାଥୁଡିଙ୍କ କାହାଣୀ....


ଶିମିଳିପାଳର ଗୁଡ଼ୁଗୁଡ଼ିଆ ଯେ ମୟୁରଭଞ୍ଜର କାଶ୍ମୀରି 

ଦେବକୁଣ୍ଡର ସେ ଅନନ୍ୟ ସୌଦର୍ଯ୍ୟ ହେବ କାହା ସହ ସରି.......


ଦ୍ୱିତୀୟ ଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧ ମୋ ସହର ବାରିପଦା 

ସ୍ୱତନ୍ତ୍ରତା ତାର ବଜାୟ ରଖି ସେ ପାଏ ଭକ୍ତଙ୍କର ଶ୍ରଦ୍ଧା..


କିଚକେଶ୍ବରୀଙ୍କ ବାଙ୍କ ଚାହାଁଣି ଯେ ସଭିଙ୍କର ମନ କିଣେ 

କଳା ମୁଗୁନିରେ ଖୋଦେଇ କାମ ବି ପର୍ଯ୍ୟଟକ ମନ କିଣେ... 


ଶୁଳେଇପାଟର ପର୍ବତକୁ ଯେବେ ମେଘମାଳ ଚୁମିଯାଏ 

ବର୍ଷା ଧୌତ ସେଇ ଡେଙ୍ଗୀ ଶାଳ ଗଛ ସୌନ୍ଦର୍ଯ୍ୟ ତାର ବଢ଼ାଏ.... 


କୁଶଭଦ୍ରା ନଦୀ କୂଳେ ଅବସ୍ଥିତ ପାହାଡ ଯେ ଶମୀବୃକ୍ଷ 

ଲୋକବାଣୀ ଏହା ସ୍ୱର୍ଗକୁ ନିଶୁଣୀ ଚଢିଲେ ମିଳଇ ମୋକ୍ଷ.... 

କପ୍ତିପଦା ରାଜ୍ୟେ ସେଇ ରାଜବାଟୀ କହେ ଅତୀତର କଥା 

ଜାଣିଲେ ତା କୀର୍ତ୍ତି ଜନ୍ମଭୂମି ଆଗେ ନଇଁ ଯାଏ ଆପେ ମଥା.. 


ଶୁଣୁଛି ସବୁଠି ମୟୁରଭଞ୍ଜ ଯେ ଆଦିବାସୀଙ୍କର ଅଞ୍ଚଳ 

ଖ୍ୟାତି ଯଦି ତାର ବଖାଣିବି ଏଠି ସବୁଠି ପଡିବ ଚହଳ..... 


  


రచనకు రేటింగ్ ఇవ్వండి
లాగిన్

Similar oriya poem from Classics