STORYMIRROR

Swayamsiddha Das

Classics

3  

Swayamsiddha Das

Classics

ବାପା

ବାପା

1 min
49

ସାଗର ଭଳି ସେ ଆଖିରେ ଭରିରହିଛି ଅହେତୁକ ଭଲପାଇବାର ଲହଡ଼ି,

କିନ୍ତୁ କେବେ ସେ ଲହଡ଼ି ଅମାନିଆ ହୋଇ ସାଗର କୁଳ କୁ ଭେଦି ପାରିନାହିଁ ,

ଥରେ ସେ ଲହଡ଼ି ଅମାନିଆ ହେଲେ ବୋଲମାନିବନି ,

ତେଣୁ ବହୁବାର ଆସି କୂଳ ଛୁଇଁ ପୁଣି ଫେରିଯାଏ ସେ ଭଲପାଇବାର ଢେଉ ।


ଜୀବନରେ ବହୁ ଉତ୍ଥାନ ପତନ ଦେଖିଛି ସେ ଆଖି, ବହୁବାର ଜୁଆର ଆସି ଆଖି ତଳର ବେଳାଭୂମି କୁ ଭସାଇ ନେଇଛି ,

କିନ୍ତୁ ପରେ ଜୁଆର ସବୁ ଭଟ୍ଟାରେ ପରିଣତ ହୋଇ ମନକୁ ଦମ୍ଭ କରି ରଖିଯାଇଛି ।


ପଥର ପରି ସେ ଶକ୍ତ ଛାତିରେ ଭରିରହିଛି ବହୁଦିନର କୋହ ,

କିନ୍ତୁ କେବେ ସେ ନିଶବ୍ଦରlତିରେ କରିପାରିନାହିଁ ବିଳାପ,

ସେ ବିଳାପର ଛାୟାରେ ଭାଙ୍ଗିପଡିବସଂସାର ଆଉ ବିନା କାରଣରେ କରିବସିବ ଅସରନ୍ତି ମନସ୍ତାପ ।


ଆଖି କୁ ଦେଖି ବୁଝିପାରେ ମୁଁ ସେ ମନର ବେଦନା ଆଉ କରିପାରେ ପରିବାର ପାଇଁ ତ୍ୟାଗି ଥିବା ସେ ସମୟର କଳ୍ପନା,

ହେଲେ କେବେ କହିପାରିନି ମୋ ବ୍ୟସ୍ତତାର ଭାବନା, ସେସବୁ କୁରଖିଦେଇଛି ମୋ ଲେଖାରେ ଆଉ ମନରେ କରି ଏକ କଳ୍ପନା।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics