ଜାତି ପ୍ରଥା
ଜାତି ପ୍ରଥା


ଜାତିପ୍ରଥା ଅଟେ ଗୁରୁତର ବ୍ୟାଧି
ସମାଜେ ରହିଛି ରହିବ ।
ଆଧୁନିକତାର ରଙ୍ଗ ବୋଳିଳେ କି
ମାନସିକତା ବଦଳିବ ।
ପୋଥି ବିଦ୍ୟାରହେ ପୋଥିରେ ସାଇତା
ସମାଜ ସଂସ୍କାର ତା ବାଟେ
ଶିକ୍ଷା ନୁହେଁ ଏଠି ପରିବର୍ତ୍ତନ ଯେ
ଚାକିରୀ ପାଇଁକି ତାହା ଅଟେ ।
ପାଠ ପଢ଼ିଥିବେ ବି.ଏ, ଏମ.ଏ ପୁଣି
ଚାକିରୀ ରେ ଥିବେ ଓଏସ ।
ନିଜ ପୁଅ ପାଇଁ ଜାତିର ସୁନ୍ଦରୀ
&n
bsp; ଝିଅକୁ କରିବେ ଚଏସ ।
ଆମେ ହିଁ କରିଛୁ ଜାତିପ୍ରଥା ଏଠି
କାଟିଛୁ ଲକ୍ଷ୍ମଣ ଗାର ।
ତା ପାଇଁ ବଢ଼ିଲା ଛୁଆଁ ଅଛୁଆଁ ଯେ
କୁସଂସ୍କାର ହେଲା ସାର ।
ସମାଜେ ସଂସ୍କାର ଆଣିବାକୁ ହେଲେ
ନିଜ ଘରୁ କର ଆରମ୍ଭ ।
ସବୁ କୁ ପ୍ରଥାକୁ ଦୂରେଇବା ଧିରେ
ଜାତିପ୍ରଥା ହେଉ ପ୍ରାରମ୍ଭ ।