ଶ୍ରେଷ୍ଠ କଳାକାର
ଶ୍ରେଷ୍ଠ କଳାକାର
ଷୋଳକଳାର ନ୍ୟାୟାଧିଶ
କଳାକାର ତୁମେ ବିଶେଷ
ଷଡ଼ଯନ୍ତ୍ର କିଏ କରିବ ଆସ
ଦେଖିବ ଜଗାଙ୍କ କେମିତି ରୋଷ
କାଞ୍ଚି ବିଜୟ ପ୍ରମାଣ ଅଶେଷ
ବଡ ସରକାର ପୁରୀ ସରକାର
ଜଗନ୍ନାଥ ପରା ନିଜ ରକ୍ଷକ ସର୍ବସ୍ୱ
ନିଜ ହାତେ ରଖି ନିଜର ଡୋରି
ଦେଖୁଛନ୍ତି ମଣିଷ କି କର୍ମ ପାରୁଛି କରି
ସବୁରି ଭିତରେ ହର ଓ ହରି
ନିଜ ଭାଗ୍ୟ ଡୋରି ଧରି ସେ ହରି
ହସୁଛନ୍ତି ଦେଖି ବେଭାର ବେଭାରି
ଛାର ମଣିଷ ବୁଝୁନି ହେଇ ଏତେ ସରି
ଭାବୁଛି ସର୍ନିନିୟନ୍ତାଙ୍କୁ ସଜାଡ଼ି କରି
ନାମ କରିବ ଇତିହାସରେ ଭରି
ସ୍ଵାଭିମାନେ ସ୍ଵାଭିମାନୀ ସେ ବଡ ହରି
ଯାହା କରିବେ ଭାବି ବିଚାରି
ସୃଷ୍ଟି ଓ ସୃଷ୍ଟିକର୍ତ୍ତା ସମ୍ବନ୍ଧ ସମ୍ପର୍କ ଭରି
ସବୁ ଦେଖି ଶୁଣି ଜଗନ୍ନାଥ ବେଦମ୍ ଭାରି