Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhalaxmi Nayak

Inspirational

3  

Subhalaxmi Nayak

Inspirational

ନାରୀ

ନାରୀ

1 min
188


ନାରୀ ତୁ ନାରାୟଣୀ

କେବେ ତୋର ରୂପ ସାଜେ ଘରଣୀ

ପରିବାରକୁ ବାନ୍ଧି ରଖୁ

ସ୍ନେହ ମମତାର ଡୋରିରେ

ଦୁହିତା ପାଲଟି ଯାଉ

ଶାଶୁଘର ଏରୁଣ୍ଡି ଡେଇଁଲା ପରେ

ଶାଶୁ ଶ୍ୱଶୁରଙ୍କ ସେବାରେ କେବେ ତୁ

ସନ୍ତାନ ପାଇଁ ସର୍ବଂସହା ସାଜି

ସ୍ୱାମୀଙ୍କ ସହିତ ପାଦରେ ପାଦ ମିଳାଇ

ଜୀବନସାଥୀର କର୍ତ୍ତବ୍ୟ କରି

ନଣନ୍ଦ ଦିଅରଙ୍କ ବନ୍ଧୁ ସାଜି

ଘରକୁ ମନ୍ଦିର ତୁ କରି ପାରୁ।


କର୍ମକ୍ଷେତ୍ରରେ ଦେଇ ସଫଳତାର ଶ୍ରେୟ

ସବୁ କ୍ଷେତ୍ରରେ ବଢ଼ାଇ ଗାରିମା

ନିଜ ଉଦାହରଣ ସମାଜେ ଦେଉ

ଏଭରେଷ୍ଟ ହେଉ କି ଉଡ଼ାଜାହଜ

ଶିକ୍ଷାକ୍ଷେତ୍ର ଠାରୁ ଆରମ୍ଭ କରି

ହେଉ ଅବା ପ୍ରଶାସନିକ ଚାକିରୀ

ବ୍ୟବସାୟ ବାଣିଜ୍ୟେ ସବୁଠି ରାଜୁତି ତୋହରି

ସେଥିପାଇଁ ପରା ସମାଜ ଆଖିରେ

ତୁ ଅଟୁ ସର୍ବଗୁଣସମ୍ପନ୍ନା ନାରୀ।



Rate this content
Log in

Similar oriya poem from Inspirational