ଖେଳ ସେହି ରଙ୍ଗ
ଖେଳ ସେହି ରଙ୍ଗ
ଢ଼ାଳୁଛ ଯଦି ଢ଼ାଳି ଦିଅ
ଶାନ୍ତି ସୌହାର୍ଦ୍ଦର ପ୍ରେମ ରଙ୍ଗ
ସୁଝି ଯିବ ରାଗ ବାଗ ।
ଖେଳୁଛ ଯଦି ଖେଳି ଚାଲ
ଭାଇଚାରା ପ୍ରେମ ରଙ୍ଗ
ବିପଦେ ମିଳିବ ସାଙ୍ଗ ।
ମାରୁଛ ଯଦି ମାରି ଦିଅ
ମନରୁ ହୋଲିକା କୁରଙ୍ଗ
ଷଡ ରିପୁ ହୋଇବ ତ୍ୟାଗ ।
ବୋଳୁଛ ଯଦି ବୋଳି ଦିଅ
ରାମ - କୃଷ୍ଣ ପ୍ରେମ ରଙ୍ଗ
ହୃଦେ ବସିବ ସତସଙ୍ଗ ।
ଲେସୁଛ ଯଦି ଲେସି ଦିଅ
ଧର୍ମ ସଂସ୍କୃତିର ପ୍ରେମ ରଙ୍ଗ
ଧରା ହୋଇବ ଜଗମଗ ।
ମାଖୁଛ ଯଦି ମାଖି ଚାଲ
ଦେଶ ପ୍ରୀତି ପ୍ରେମ ରଙ୍ଗ
ମା ଭାରତୀ ହୋଇବ ଭୂସ୍ୱର୍ଗ ।
ଖେଳ ସେହି ରଙ୍ଗ
କେବଳ ସେହି ରଙ୍ଗ ।।