ପରାଜୟ
ପରାଜୟ
ଜାଣିନି ତୁମ ବିଡମ୍ବନା...
ମୋ ବିଡମ୍ବନାଠୁ କମ୍ ନା ଅଧିକ,
କିନ୍ତୁ...
ମୋ ଅଶ୍ରୁଧାର...
ବହି ଚାଲିଛି ଅନବରତ ।
ମାଗିଥିଲି ତୁମକୁ...
ତୁମ ସ୍ବପ୍ନରୁ ଅଧା,
କଟାକ୍ଷରେ କହିଲ....
ବାମନ,ଚନ୍ଦ୍ରକୁ ହାତ ବଢାଅନା ।
ମୋ କଳ୍ପନା...
କଣ ଏତେ ସୀମିତ,
ତାକୁ ତୁମେ...
ଶାମୁକା ଖୋଲ ଭିତରେ...
ବନ୍ଦ କରିଦେବ ।
ଯେବେ...
ଜାଣିବ ନିରାଟ ସତ୍ୟ,
ଭୁଗର୍ଭୁ ଉଦ୍ଗିରଣ ହେବ...
ଲାଲ ଲାଲ ଆଗ୍ନେୟଗିରି,
ଭୁସ୍ଖଳନ ହେବ....
ଠିଆ ହେବାକୁ...
ପାଦ ତଳେ ନଥିବ ମାଟି ।
ମୋ କଥା ସବୁ...
ବୃଥା ଫାଙ୍କା ନୁହେଁ,
ଦିନେ ନା ଦିନେ...
ଅନୁଭବ କରିବ ତୁମେ ।
ତୁମ ପ୍ରତି ନାହିଁ ଇର୍ଷା,
ନା ପ୍ରତିଶୋଧର ବନ୍ହି...
ଦୁଇ ଦିନିଆ ଏ ଜୀବନ,
କାହିଁକି କରିବି...
ମୁଁ ବୃଥା ଅଭିମାନ ।
ତୁମେ ଯେବେ ଇର୍ଷା କର,
ଭାବେ...
ଯଶ ଖ୍ୟାତି ସ୍ଵଳ୍ପସ୍ଥାୟୀ,
ତୁମକୁ ଜିଣିବା ଆଶାରେ...
ପରାଜୟକୁ ଦିଏ ସ୍ୱୀକୃତି ।