Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Abstract

4  

baishnaba meher

Abstract

ମୁଁ ବହୁତ ଖୋଜିଛି ଖୁସିକୁ

ମୁଁ ବହୁତ ଖୋଜିଛି ଖୁସିକୁ

1 min
221


କୁହ ଥରେ...

ଦେଖିଛ କି...

ଖୁସିକୁ...

ଖୋଜିଛି ତାକୁ ମୁଁ...

ସମୁଦ୍ରର ବେଳାଭୂମିରେ,

କୋଣାର୍କର ଚିତ୍ରପଟ୍ଟରେ,

ସୁନେଲି ଜୋଛନାରେ,

ଇନ୍ଦ୍ରଧନୁର ସପ୍ତରଙ୍ଗରେ,

ମରୁଭୂମିର ମରୀଚିକାରେ,

ଗୋଲାପର କଢ଼ିରେ l


ଆହୁରି ଖୋଜୁଛି....

ଗାଧୁଆ ତୁଠରେ,

ବଇଁଶୀ ସ୍ଵରରେ,

ଆମ୍ବ ତୋଟାରେ,

ଗାଁ ଚାଲଘରେ,

ସହର କୋଠାରେ,

ରାତିର ସପନରେ,

ତଥାପି...

ପାଉନି ଖୁସିକୁ l


କୁହ ଥରେ....

କିଏ ଦେଖିଛ ଯଦି,

ନହେଲେ...

ତମ ବ୍ୟସ୍ତ ଜୀବନରୁ...

କିଛି ସମୟ କାଢ଼ି...

ସାଥି ହୋଇ ଖୋଜିବା...

ମୋ ଖୁସିକୁ l


ତୁମେ ବି ତ...

ସେଇ ଖୁସିର...

ନିଜ ଲୋକ,

ମୁଁ ଜାଣିଛି...

ତୁମକୁ ବି ଦରକାର....

ସେଇ ଖୁସି,

ହେଲେ...

ତୁମ ପାଖରେ...

ସମୟ କାହିଁ l


ସମୟ ପାଇଲେ...

କହିବ ନିଶ୍ଚୟ...

ଖୋଜିବା ସାଥିହୋଇ,

ନିଖୋଜ ଖୁସିକୁ...

କୋଉ ଅଲଗା...

ସହର ଯାଇ ।।


Rate this content
Log in

Similar oriya poem from Abstract