Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Inspirational

3  

baishnaba meher

Inspirational

ଭେଦ ଭାବ

ଭେଦ ଭାବ

1 min
182


ଧନୀ ଗରିବର ଭେଦ ଭାବ...

ରକ୍ତ ସମ୍ପର୍କରେ ଭେଦ ଭାବ,

କାର୍ଯ୍ଯ କ୍ଷେତ୍ରେ ଭେଦ ଭାବ,

ହେଲେ...

କାହିକିଁ ଏତେ ଭେଦ ଭାବ ?


ଆଖି କି ଜାଣିବ...

ହାତେ ଥିବା ସମୁଦ୍ର ଜଳ,

ଆଉ...

ମଧୁର ଜଳ ଭିତରେ ପ୍ରଭେଦ;

ପାଟି ସିନା ଜାଣିବ...

କିଏ ଲୁଣି କିଏ ମଧୁର l


ଭେଦ ଭାବ ଆସେ...

କେବେ କେବେ ସ୍ୱାର୍ଥ ପାଇଁ,

ସ୍ୱାର୍ଥ ଯଦି ଥାଏ...

ଭାବ ତିଷ୍ଟି ପାରେ ନାହିଁ;

ଭାବ ନଥିବ ଯଦି...

ଭଲ ସମ୍ପର୍କ ରହିବ କାହିଁ ?


ପୁଣି...

ଭେଦ ଭାବ ହୁଏ ଜାତ...

ଧନ ପ୍ରାଚୁର୍ଯ୍ୟ କୁ ନେଇ,

ଜାତି ଧର୍ମ କୁ ନେଇ,

ଆଚାର ବିଚାରକୁ ନେଇ,

ବିଶ୍ବାସ ଅବିଶ୍ବାସକୁ ନେଇ,

ସେବା ପ୍ରକୃତି କୁ ନେଇ l


ଯେବେ...

ମଣିଷ ଜନମ କିଛି କ୍ଷଣ...

ଏତେ ଭେଦ ଭାବ କାହିଁ ?

ଉଚ୍ଚ ନୀଚ୍ଚ, ଆପଣା ପର...

ମନୋଭାବ ପରିତ୍ୟାଗ କରି,

ନିଜ ସ୍ୱାର୍ଥର ଦେବା ବଳି...

ସମାଜ, ବିଶ୍ଵ କଲ୍ୟାଣ ପାଇଁ l



Rate this content
Log in

Similar oriya poem from Inspirational