STORYMIRROR

baishnaba meher

Others Children

4  

baishnaba meher

Others Children

ମନେ ପଡେ ଆଜି ପିଲାଦିନ ମୋର

ମନେ ପଡେ ଆଜି ପିଲାଦିନ ମୋର

1 min
298

ତୋ ଝରକାରୁ କେବେ ଉଙ୍କି ଦେଖ,
ତୋ ଘରୁ ମୋ ଘର କେତେ ଦୁର ;
ତୁ ଅବା ଜାଣିବୁ କେମିତି ଏକଥା,
ତୋତେ ଖୋଜିଛି ମୁଁ ଅନେକ ଥର l

ସାଥି ଥିଲୁ ତୁ ପିଲା ଦିନର,
ନିଜ ପଥେ ଆଜି ନିଜେ ନିଖୋଜ;
ଗାଆଁରେ ଯାଇ ଖୋଜେ ସାଥି ମୋର,
ମନେ ପଡେ ପୁରୁଣା ସ୍ମୃତି ବାରମ୍ବାର l

ସେ ଗାଁ ର ବରଗଛ ଓହଲ,
ଦୁଷ୍ଟ କୁନି ସାଙ୍ଗ ସାଥି ମେଳ ;
ଛୋଟ ଛୋଟ ମଇଳା ପ୍ୟାଣ୍ଟ୍ ପିନ୍ଧି,
ଖେଳୁଥିଲୁ କେତେ ବାଲି ଖେଳ ।

କାଦୁଅ ରେ ସର ସର ବରକୋଳି,
ନଳ କୂଅରେ ଟିକିଏ ଧୋଇ ଦେଇ,
ଲୁଣ ଲଙ୍କା କୁ ଧନିଆ ପତର,
ବହୁଛି ଏବେ ମୋ ପାଟିରୁ ଲାଳ ।

ଭୀଷଣ ଗରମ ଟହ ଟହ ଖରାରେ,
ଖୋଲା ଦେହେ ଓଦା ଗାମୁଛା ଧରି,
ଡହ ଡହ ବୁଲୁଥିଲୁ ସାଙ୍ଗ ହୋଇ,
ଏକଥା ସବୁ ତୁ ଗଲୁକି ଭୁଲି l

ବରଷା ଭିଜା ଭିଜା ଭୂଇଁର ମହକରେ,
ଓଦା ହେଇ ଭିଜିବା ର ମଜା;
ଥକି ଯାଇ ଘରକୁ ଫେରିଲା ପରେ,
ଖାଉଥିଲୁ ମାଆ ହାତ ତିଆରି ଖଜା l

ଶୀତ ଦିନ କାକର ସାରା ରାତି,
ଡଙ୍ଗାରେ ଭରା-ନଈ ହୋଇ ପାରି,
ସାଇକଲରେ ଆର ଗାଁ କୁ ଯାଇ,
ଦୁର୍ଗା ପୂଜା ଦେଖୁଥିଲୁ ମନେ ଅଛି l

ବାପାଙ୍କ ଆକଟ, ଶିକ୍ଷକଙ୍କ ବେତ ପାହାର,
ଫାଟି ପଡୁଥିଲା ମୋ ଦେହ ହାତ;
ସମୟ ସୁଅରେ ଏସବୁ ସ୍ମୃତିର ଫଳକ,
ମନେ ପଡେ ଆଜି ପିଲାଦିନ ମୋର ।

ବୈଷ୍ଣବ ମେହେର
ଗଣ୍ଡାବାହାଲି
ନୂଆପଡ଼ା
6264305003


Rate this content
Log in