ତୁମେ କାହାକୁ ଏତେ ଠକୁଛ
ତୁମେ କାହାକୁ ଏତେ ଠକୁଛ
ତୁମ କାମକୁ ଅନ୍ୟକୁ ସମର୍ପି,
ଚାତୁର୍ଯ୍ୟରେ ଆଧିପତ୍ୟ ଦେଖୋଉଛ;
ସାଜି ଲୋକ ସେବକ ତୁମେ,
ଅନ୍ୟ ଲୋକଙ୍କୁ ଧୋକା ଦଉଛ l
ସ୍ୱାର୍ଥ ଥିଲେ ବନ୍ଧୁ ବାନ୍ଧି,
ସ୍ୱାର୍ଥ କମିଗଲେ ଦଉଛ ଛାଡି;
ନିଜ ଦୋଷକୁ ଅଠା ବୁଲେଇ,
ନିନ୍ଦୁଛ ବନ୍ଧୁ ଉପକାର ଭୁଲି l
ବାପା ମାଆଙ୍କୁ ଭୁଲି ଯାଇ,
ନିଜ ସ୍ୱାର୍ଥକୁ ମାନୁଛ ସର୍ବଶ୍ରେଷ୍ଠ ;
ଶ୍ୱ-ସ୍ୱାର୍ଥ କୁ ଆଧାର କରି,
କରୁଛ ଅନ୍ୟ ଲୋକର ଅନିଷ୍ଟ l
ମୁଣ୍ଡ ଝାଲ ତୁଣ୍ଡେ ମାରି,
ବଡ କଲା ତୁମକୁ ଯିଏ;
କି ବିଡ଼ମ୍ବନା ଦେଖ ସର୍ବେ,
ଜରାଶ୍ରମେ ଆଜି ଝୁରୁଛି ସିଏ l
ଝିଅ ପିଲା ସ୍ତ୍ରୀଙ୍କୁ ଛାଡ଼ି,
ପର ଭାରିଯାରେ ଦଉଛ ମନ ;
ମୋହ ମାୟା ସବୁ କ୍ଷଣଭଙ୍ଗୁର,
କେବେ ପାଇବ ହିତାହିତ ଜ୍ଞାନ l
ଭାବୁଛ ନିଜକୁ ବଡ଼ ଚତୁର,
ବିପଦେ ନଥିବେ କେହି ଜଣେ,
ତୁମେ କାହାକୁ ଏତେ ଠକୁଛ,
ବିଧାତା ରଖୁଛି ଖବର ପ୍ରତିକ୍ଷଣେ l