ସଂଘର୍ଷ
ସଂଘର୍ଷ
ଜୀବନ ନୁହଁଇ
ତୂଳିତଳ୍ପ ଶଯ୍ୟା
ଅତିବ ବନ୍ଧୁର
ସଂଘର୍ଷ ମୟ ।
ପ୍ରତି ମୁହୂର୍ତ୍ତରେ
ସଂଘର୍ଷ ଚାଲିଛି
ଜୟ ପରାଜୟ
ଦୁଇଟି ପର୍ବ ।
ବିନା ସଂଘର୍ଷରେ
ବିଜୟ ନମିଳେ
ପରାଜୟ ପୁଣି
ସଂଘର୍ଷ ଫଳ ।
ଜୟ ପରାଜୟ
ସଂଘର୍ଷର ସ୍ଵାଦ
ଏକଇ ବିଷାଦ
ଏକ ସୁଖଦ ।
ଜାତି ଧର୍ମ ମଧ୍ୟେ
ସଂଘର୍ଷ ଚାଲିଛି
କିଏ ଶ୍ରେଷ୍ଠ କିଏ
ହେବ ନିକୃଷ୍ଟ ।
ଦେଶ ଦେଶ ମଧ୍ୟେ
ସଂଘର୍ଷ ଚାଲିଛି
କେତେ ରକ୍ତପାତ
କେତେ ଯେ ମୃତ ।
ଏ ଭଳି ସଙ୍ଘର୍ଷେ
ବିଶ୍ଵେ ଶାନ୍ତି ନୁହଁ
ଅହିଂସା ମନ୍ତ୍ରକୁ
କର ଜାଗ୍ରତ ।