STORYMIRROR

Suryamani Majhi

Inspirational

3  

Suryamani Majhi

Inspirational

ନିଜ ସ୍ୱର

ନିଜ ସ୍ୱର

1 min
255

ପ୍ରକାଶ ଦିଗରେ ଧାଇଁ ଧାଇଁ

ନିଜର ସୁଖକୁ 

ହଜାଇ ଦେଇଣ

ନିତି ମନ ଦୁଃଖ କର କାହିଁ ....


ପରିବର୍ତ୍ତନକୁ ଚାହିଁ ଚାହିଁ

ନିଜର ଆବେଗ

ଦବାଇ ଦେଇଣ

ତିଳ ତିଳ ହୋଇ ଜଳୁ ତୁହି ....


ସ୍ୱର ଉତ୍ତୋଳନ କରି କରି

ନିଜର ବିପ୍ଲବ

ବଢ଼ାଇ ଦେଇଣ

କାଳଜୟୀ ଯୋଦ୍ଧା ହେବୁ ଯାଇଁ....


ଆଧ୍ୟାତ୍ମିକ ବଳେ ଲଢ଼ି ଲଢ଼ି

ନିଜର ନିହିତ

ଲିଭାଇ ଦେଇଣ

ଜୀବନ ଜିଇଁବା ଶିଖ ତୁହି ....


ଉତ୍ତର ଦାୟାଦ ଗଢ଼ି ଗଢ଼ି

ନିଜର ଅପତ୍ୟେ

ସଂସ୍କାର ଦେଇଣ

ଅମର ଅକ୍ଷରେ ଲେଖି ହୋଇ ....


ଧନଧାନ୍ୟ ପିଛା ଛାଡ଼ି ଛାଡ଼ି

ନିଜର ପ୍ରତିଷ୍ଠା

ଗଢ଼ାଇ ଦେଇଣ

ଶ୍ରେଷ୍ଠତ୍ଵ ଲଭିବୁ ନିଶ୍ଚେ ଭାଇ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational