Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryamani Majhi

Inspirational

3  

Suryamani Majhi

Inspirational

ବିଶ୍ୱାସ

ବିଶ୍ୱାସ

1 min
428


କୁହନ୍ତି ସଭିଏଁ ଅତ୍ୟନ୍ତ ବିଶ୍ଵାସୀ 

 ଅଟଇ ସ୍ଵଭାଵେ ଶ୍ଵାନ 

ଋଣ ପରିଶୋଧ କରଇ ନିଶ୍ଚୟ 

 ଦେଇଥିଲେ ମୁଠେ ଅନ୍ନ ୲୲ ୧୲୲

 ନର ହୃଦୟରେ ବିଶ୍ଵାସ ଜନ୍ମିବା 

 ଅଟେ କାଠିକର ପାଠ 

 ନିମିଷକେ ତାହା ଯାଇପାରେ ତୁଟି

 ହେଲେ ଏପଟ ସେପଟ ୲୲୨୲୲

ସ୍ଵାର୍ଥପର ଭାବ ମନରେ ଧରିଣ 

 ଅନେକେ ବାନ୍ଧବ ପଣେ 

ଅନୁଭୂତି ମୋର ରହିଛି ଅନେକ 

ଗଣତିରେ ହେବେ 'ପଣେ' ୲୲୩୲୲

 କର୍କଟ ପ୍ରକୃତି ବହି କେତେ ବନ୍ଧୁ 

 ପଛରେ କାଟନ୍ତି ଚେର 

 ମନ ସ୍ଥିର ରଖି ଏକାନ୍ତେ ଚିନ୍ତିଲେ 

 ପାଇଯିବ ତା'ର ଟେର ୲୲୪୲୲

                  


Rate this content
Log in

Similar oriya poem from Inspirational