Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryamani Majhi

Inspirational

3  

Suryamani Majhi

Inspirational

ସରଗ ହେବକି ଧରଣୀ

ସରଗ ହେବକି ଧରଣୀ

1 min
301


ଅନନ୍ୟ ସୃଷ୍ଟିଟି ଏହାରି ଭିତରେ 

     ଅନେକ ବଦଳି ଗଲାଣି 

   କଳିର କଳୁଷ  କରି କବଳିତ 

     କାୟାକୁ ବିସ୍ତାର କଲାଣି ୲୲ ୧ ୲


ସେନେହ ମମତା ସହୋଦର ଭାବ 

    ସଂସାରେ ସପନ ହେଲାଣି 

  ହିଂସା ଈର୍ଷା ଦ୍ଵେଷ ପରଶ୍ରୀକାତର

    ହୀନ ବୁଦ୍ଧି ଗ୍ରାସ କଲାଣି ୲୲ ୨ ୲୲


ନରର ମନରୁ ନାରାୟଣ ପ୍ରେମ 

     ଖୋଜିଲେ ବି ଆଜି ମିଳୁନି 

   ମାନବ ମାନବୀ  ସ୍ଵ-ପ୍ରବଣତାଟି

    ଅହେତୁକ ଭାବେ କମିନି ୲୲ ୩ ୲୲


ବସ୍ତୁବାଦୀ ହୋଇ ଆଧୁନିକ ଜନ  

      ପ୍ରକୃତି ପ୍ରାକୃତ ଭୁଲିଛି 

   ଆପଣାର ଦନ୍ତେ ଜିହ୍ଵାକୁ ଛେଦିଣ 

     ଶ୍ରେଷ୍ଠ ଜୀବ ବୋଲି କହୁଛି ୲୲ ୪ ୲୲


ନିଜର ପ୍ରାରବ୍ଧ ନିଜ କର୍ମ ବଳେ  

    ଜ୍ଞାନ ପଥେ ହୋଇ ଅଗ୍ରଣୀ 

   ସତ୍କର୍ମର ମାର୍ଗ କରିଲେ ଧାରଣ 

     ସରଗ ହୋଇବ ଧରଣୀ ୲୲ ୫ ୲୲

        

        


Rate this content
Log in

Similar oriya poem from Inspirational