Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryamani Majhi

Comedy

3  

Suryamani Majhi

Comedy

ଅଜାଙ୍କ ବିଜ୍ଞାନ ପେଡ଼ି

ଅଜାଙ୍କ ବିଜ୍ଞାନ ପେଡ଼ି

1 min
422


ଅଜାଙ୍କ ନିକଟେ ଜମା ହୋଇଲେଣି 

       ନାତି ନାତୁଣୀ ସକଳ  

ଗପ ପେଡ଼ି ଆଜି ଖୋଲିବ ନାଇଁକି 

      ଉଛୁର ହେଲାଣି ବେଳ ୲୲ 

ଅଜା ଆରମ୍ଭିଲେ ବିଜ୍ଞାନ କାହାଣୀ 

      ଅଣୁଜୀବ ଗୁଣ ଗୁଣି 

   ମନ କର୍ଣ୍ଣ ଦେଇ ଶୁଣିବ ସଭିଏଁ 

      ଏହା ଯେ ଜ୍ଞାନର ମୁଣି ୲୲

ଜୀବଜଗତରେ ସବୁଠାରୁ କ୍ଷୁଦ୍ର 

      ଆଖିକୁ ଦେଖା ନଯାଏ 

   ଅଣୁବୀକ୍ଷଣରେ ଦେଖିହୁଏ ବୋଲି 

      ଅଣୁଜୀବ ନାମ ବହେ ୲୲

ଚାରି ପ୍ରକାରରେ ଅଣୁଜୀବ ଭରି 

       ରହିଛନ୍ତି ପୃଥିବୀରେ 

  ଜୀବାଣୁ, କବକ,ଶୈବାଳ ଇତ୍ୟାଦି 

        ଆଦିପ୍ରାଣୀ ସହିତରେ ୲୲

ଭୂତାଣୁଟି ଏକ ପ୍ରହେଳିକା ଭଳି 

       ଜୀବବିଜ୍ଞାନୀଙ୍କ ମତ 

   ଶରୀର ବାହାରେ ମୃତ ସମ ଥାଏ 

      ପୋଷକ ମଧ୍ୟେ ଜୀବିତ ୲୲

ନର ଉପକାରୀ ଅଣୁଜୀବ ଏକ 

      ଲାକ୍ଟୋବାସିଲସ ସେହି 

  ରସାୟନ କ୍ରିୟା ପ୍ରକ୍ରିୟା ବଳରେ 

      କ୍ଷୀରକୁ କରଇ ଦହି ୲୲

ଇଷ୍ଟ ସୁରାସାର,ପାଉଁରୁଟି ଭଳି 

      ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତିରେ 

   ପେନିସିଲିୟମ ଜୀବଘ୍ନ ରୂପରେ 

      ଅନେକ ରୋଗକୁ ହରେ ୲୲

ରାଇଜୋବିୟମ ବିବନ୍ଧନ କରେ 

       ଯବକ୍ଷାରଜାନଟିର 

   ବସନ୍ତ ରୋଗର ନିରାକରଣରେ 

      ଅଗ୍ରଗଣ୍ୟ ଯେ "ଜେନର" ୲୲

ସଂକ୍ରାମକ ରୋଗ ସୃଷ୍ଟି କରିଥାଏ 

       ଯେଉଁ ଗୋଟି ଅଣୁଜୀବ

    ବୋଲିଥାନ୍ତି ତାକୁ ବ୍ଯାଧିଜାତକ 

       ଅପକାରୀ କ୍ଷୁଦ୍ର ଜୀବ ୲୲

ହେପାଟାଇଟିସ ମାଲେରିଆ ପରି 

       ରୋଗ ଜନମାଏ ଯିଏ 

   ନିରାକରଣର ପଦକ୍ଷେପ ନେଲେ 

       ସମୂଳେ ବିନାଶ ଯାଏ ୲୲

ଅଣୁଜୀବ ବାଣୀ ବଖାଣିଣ ଅଜା 

      ନେବାକୁ ଗଲେ ମେଲାଣି 

   ନାତି ନାତୁଣୀଏ ବାହୁଡ଼ିଲେ ସର୍ବେ 

     ମନେ ମନେ ତଥ୍ୟ ଗୁଣି ୲୲


        

        


Rate this content
Log in

Similar oriya poem from Comedy