STORYMIRROR

Suryamani Majhi

Inspirational

4  

Suryamani Majhi

Inspirational

ବୀର ସୁତ

ବୀର ସୁତ

1 min
358

ଅଭ୍ୟାସ ବଳେ ବାଇମନ 

ମିଳିବ ଦିନେ ତ ସମ୍ମାନ ୲ 


ତଳେ ପଡିବା ଡର ଛାଡ଼ି 

ନ ଆସ ଘରକୁ ବାହୁଡ଼ି ୲


ତୁ ପରା ବୀର ଜାତି ସୁତ  

ଆଗକୁ ବଢ଼ି ହେବୁ ଖ୍ୟାତ ୲ 


ରଖିବୁ ଦେଶ ଜାତି ଟେକ 

ଭେକ ଥିଲେ ତ ମିଳେ ଭିକ ୲ 


ଭିକାରି ନୁହେଁ ଆମ ଲକ୍ଷ୍ୟ 

ବିକାଶ ପଥେ ହୁଅ ଦକ୍ଷ ୲ 


କର୍ତ୍ତବ୍ୟ କର ନିତିପ୍ରତି 

ହେବ ନିରନ୍ତର ପ୍ରଗତି ୲ 


ବିଦ୍ୟା ଅର୍ଜନ ଅର୍ଥେ ତୁହି 

ଏକାଗ୍ର ଚିତ୍ତେ ଧ୍ୟାନ ଦେଇ ୲  


 ନିୟମିତ ଅଂଶଗ୍ରହଣ

 କରାଏ ଶ୍ରେଷ୍ଠ ଓ ମହାନ ୲

        

         





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational