ବୀର ସୁତ
ବୀର ସୁତ
ଅଭ୍ୟାସ ବଳେ ବାଇମନ
ମିଳିବ ଦିନେ ତ ସମ୍ମାନ ୲
ତଳେ ପଡିବା ଡର ଛାଡ଼ି
ନ ଆସ ଘରକୁ ବାହୁଡ଼ି ୲
ତୁ ପରା ବୀର ଜାତି ସୁତ
ଆଗକୁ ବଢ଼ି ହେବୁ ଖ୍ୟାତ ୲
ରଖିବୁ ଦେଶ ଜାତି ଟେକ
ଭେକ ଥିଲେ ତ ମିଳେ ଭିକ ୲
ଭିକାରି ନୁହେଁ ଆମ ଲକ୍ଷ୍ୟ
ବିକାଶ ପଥେ ହୁଅ ଦକ୍ଷ ୲
କର୍ତ୍ତବ୍ୟ କର ନିତିପ୍ରତି
ହେବ ନିରନ୍ତର ପ୍ରଗତି ୲
ବିଦ୍ୟା ଅର୍ଜନ ଅର୍ଥେ ତୁହି
ଏକାଗ୍ର ଚିତ୍ତେ ଧ୍ୟାନ ଦେଇ ୲
ନିୟମିତ ଅଂଶଗ୍ରହଣ
କରାଏ ଶ୍ରେଷ୍ଠ ଓ ମହାନ ୲