STORYMIRROR

Suryamani Majhi

Abstract

4  

Suryamani Majhi

Abstract

ବିବର୍ତ୍ତିତର ବିଳାପ

ବିବର୍ତ୍ତିତର ବିଳାପ

1 min
389

ସୃଷ୍ଟି ଶ୍ରେଷ୍ଠ ଜୀବ ପାଇଁ

ମାନବକୁ ବାଛି

ଭୁଲ କରିଅଛି ଆଜ

ଧରଣୀ ଭାବୁଛି !


ନିଜ ଦନ୍ତେ ନିଜ ଜିହ୍ଵା

ଛେଦିବାକୁ ନର

ପ୍ରୟୋଗେ ପଛାଏ ନାହିଁ

ଜୈବିକ ଅସ୍ତ୍ରର ।


ଯେ ପାଞ୍ଚେ ପରର ମନ୍ଦ

ସେହୁ ଭୋଗେ ଫଳ

ସେହି ପରକାରେ ଦେଖ

ଉପନୀତ କାଳ ।


ବିବର୍ତ୍ତିତର ବିଳାପ

ଦେଖ ଶୁଣ ସର୍ବେ

କେଡ଼େ ନିଃସହାୟ ସତେ

ନରଦେହୀ ଭବେ ।


ଭୂତାଣୁ ପ୍ରଭାବେ ଜାଣ

କାନ୍ଦେ ସବୁ ଦେଶ

ରଥୀ ମହାରଥୀ ରାଷ୍ଟ୍ର

ଅସହାୟେ ବଶ ।


ଜନ୍ତୁ ଜୀବ ପୀଡ଼ ନୀତି

କର ପରିତ୍ୟାଗ

ପ୍ରକୃତିର ଭାରସାମ୍ୟ

ଭାଳ ଭାଈ ଆଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract