STORYMIRROR

Suryamani Majhi

Abstract Others

2  

Suryamani Majhi

Abstract Others

ସ୍ଵଦେଶୀ

ସ୍ଵଦେଶୀ

1 min
134


ଗୋଲାପ ଏକ ବିଦେଶୀ ଫୁଲ 

   ମନେ ରଖିଥା ତୁହି 

    ଆରୋହଣର ପଥ ସବୁଠି 

    ଗୋଲାପ ଶେଜ ନାଇଁ


ଆଳୁ ପରିବା ଗୋଟି ଜାଣିଥା 

   ବିଲାତୁ ଆସିଅଛି 

  ଶୀରି ମନ୍ଦିରେ ସେଥି ପାଇଁକି 

  ପ୍ରସାଦେ ନ ପଡ଼ୁଛି


ପିଜା ବର୍ଗର ଚାଉମିନ୍ ଯେ 

   ବିଦେଶାଗତ ଅଟେ 

   ସଞ୍ଜ ନଇଁଲେ ବଜାରେ ବୁଲି  

   ଖାଅନି ଜମା ମୋଟେ


 ସ୍ଵଦେଶୀ ଛାଡ଼ି ବିଦେଶୁ ଭିଡ଼ି 

    ନିତ୍ୟ ନୂତନ ଚିଜ 

    ପ୍ରଗତି ପଥୁଁ ଦେଶକୁ ରୋକୁ

    ନୁହେଁ କି ହୀନ କାର୍ଯ୍ୟ


ରାଷ୍ଟ୍ର ହିତଠୁଁ ବିଚ୍ୟୁତି ହେବା 

   ନୁହଁଇ ଆମ ଧର୍ମ 

   ଅର୍ଥନୀତି ଯେ ସମୃଦ୍ଧ ହେବ 

   ବୁଝ ସ୍ଵଦେଶୀ ମର୍ମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract