STORYMIRROR

Suryamani Majhi

Abstract

2  

Suryamani Majhi

Abstract

ଫଗୁଣ

ଫଗୁଣ

1 min
239

ଫଗୁଣ ଆସିଲା ଲୋ 

ଫଗୁଣ ଆସିଲା  

ସକଳ ପାଦପ 

ନବ ପଲ୍ଲବିତ ହେଲା


ଧରଣୀ ରାଣୀର ମନ ପ୍ରୀତ ଉଲ୍ଲସିତ 

ଶୋହେ ଚଉଦିଗେ ଅବା ସ୍ୱର୍ଗ ପାରିଜାତ

ଋତୁରାଜ ଋତୁଶ୍ରେଷ୍ଠ 

ଆଗମନ କଲା ଲୋ 

ଆଗମନ କଲା

ଫଗୁଣ ଆସିଲା


କିଂଶୁକ କୁସୁମ ତୋରା ମନୋରମ ଅତି

ସୁସଜ୍ଜିତ ଲାଲ୍ ପାଟେ ଅବା ବସୁମତୀ

ମଳୟ ମୃଦୁ ପରଶେ

ମନ ମୋହି ନେଲା ଲୋ

ମନ ମୋହି ନେଲା

ଫଗୁଣ ଆସିଲା ଲୋ


ରହି ରହି ଶୁଭେ ଆମ୍ର ବନେ ପିକରାବ

ପଞ୍ଚମ ସ୍ୱରର ତାନେ ଉତ୍ଫୁଲିତ ଭାବ

ଦଶଦିଶେ ମଳୟଜ

କାୟା ବିସ୍ତାରିଲା ଲୋ

କାୟା ବିସ୍ତାରିଲା

ଫଗୁଣ ଆସିଲା ଲୋ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract