STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଶୀତ

ଶୀତ

1 min
27

ସକାଳ ବେଳାରେ 

      ଯେବେ କାକର 

          ବିନ୍ଦୁ ଘାସ ରେ ଥାଏ,

ଶୀତ ଆମର ଘନ 

        କୁହୁଡି ରୂପେ 

               ପାଦ ଦିଏ।


ଶୀତୁଆ ସକାଳ            

ଆମ ମନରେ           

       ଶିହରଣ ଭରି ଥାଏ,

ପକ୍ଷୀର ଶବ୍ଦରେ

         ନବ ଉନ୍ମାଦନା 

         ଜୀବନେ ଜାଗ୍ରତ ହୁଏ।


ଶୀତ ରାତିରେ 

        ଅଗ୍ନି ପ୍ରଜ୍ୱଳିତ

       କରି ତାର ଉତ୍ତାପ ନିଏ,

କେତେ ଆନନ୍ଦ

       ଶୀତ ରାତି

        ରେଜେଇ ତଳେ ଶୁଏ।


ପୋଡ଼ ପିଠା ଖାଇ 

          ଶୀତ ବସ୍ତ୍ର ପିନ୍ଧି 

          ଘୋଡ଼ି ହୋଇ ରୁହେ,

ପ୍ରଭାତ ବୁଲା ସାରି 

          ଗରମ ଚାହା ର 

              ମଜା ପାଏ।


ପ୍ରଜାପତି ନୀତି

         ଗେଣ୍ଡୁ ଫୁଲେ ବସି 

            ଶୋଭା ବଢାଏ,

କେତେ ରକମର

         ଫୁଲ ଫଳ ଶୀତ

            ଦିନେ ମିଳି ଯାଏ।


ଶୀତୁଆ ସକାଳେ

        କାଳିଆ ସାଆନ୍ତ କୁ

          ପହିଲି ଭୋଗ ହୁଏ,

କେଡେ ସୁଆଦିଆ 

          ତାହାର ବ୍ୟଞ୍ଜନ

          ଭାଗ୍ୟ ଥିଲେ ପାଏ।


ଶୀତ ଦିନେ ବଣ 

        ଭୋଜି ର ମଉଜ

            ଖୁସି ଆଣି ଦିଏ,

ପିଲା ଙ୍କ ସହିତ

         ବୁଲି ହସ ଖୁସି ରେ

             ଦିନ ବିତି ଯାଏ।


ଆମ୍ବ ଗଛ ରେ

          ବଉଳ ବାସ୍ନା ଗାଁ ରେ 

             ଭରି ଉଠୁ ଥାଏ,

ମକର ସଂକ୍ରାନ୍ତି ରେ 

          ମକର ଚାଉଳ କୁ 

         ମନ୍ଦିରେ ଭୋଗ ହୁଏ।


ବାର ମାସ ମଧ୍ୟ ରେ

         ଶୀତ ଋତୁ ଆମ

         ନିଆରା ହୋଇ ଥାଏ,

ନଥାଏ ଖରା 

         ନ ଥାଏ ବର୍ଷା

       ଶୁଭ ମଙ୍ଗଳ ବେଳ ହୁଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational