STORYMIRROR

Sunanda Mohanty

Inspirational Others

4  

Sunanda Mohanty

Inspirational Others

ଫେରିଆସ ଗାନ୍ଧିଜୀ

ଫେରିଆସ ଗାନ୍ଧିଜୀ

1 min
6


ତୁମର ସେ ଅପରୂପ ରୂପ

ଆଣ୍ଠୁ ଲୁଚୁନଥିବା ଧୋତି ସହ 

ଅଣ୍ଟାରେ ଘଣ୍ଟା ସମୟାନୁବର୍ତ୍ତିତା ସୂତ୍ର

ହାତର ବାଡ଼ି ନୁହେଁ ସତ୍ୟର ଲଉଡ଼ି

ଅହିଂସାର ପ୍ରତିମୂର୍ତ୍ତୀ କେଣେ ଗଲ ଛାଡ଼ି

ଭାରତର ଅସ୍ମିତାରେ ତୁମ ବାଗ୍ମୀତା

ଆଣିଦେଲ କେମିତି ସ୍ବାଧୀନତା

ବିଦେଶୀ ହାତରୁ ସ୍ବଦେଶ ଛଡେଇ

ବୈଷ୍ଣବ ଜନ କେଣେ ଗଲ ଛାଡ଼ି

ସତ୍ୟର ଜୟ ଅହିଂସାର ମନ୍ତ୍ର ଗାଡି

ଇଂଗ୍ରେଜ ଗଲେ ତାଙ୍କ ଦେଶକୁ ଦଉଡି

ତୁମ ପାଦ ଚଲା ନୀତି ଆଜି ଜାଗୃତି

ତୁମ ଅହିଂସା ନୀତି ଆଣେ ଶାନ୍ତି ପ୍ରୀତି ମୈତ୍ରୀ

ତୁମ ଆନ୍ଦୋଳନ ଆଜି ବଜାଏ ତାଳି

ତୁମ ଆଦର୍ଶ ଆଜି କାଇଁଚ କଉଡ଼ି

 ଦେଖିଯାଅ ବାପୁ ମଣିଷର ଆଶା ଛିଡି

ନିଶ୍ୱାସରେ ବାଉଁଶ କରଡ଼ି

ବିଶ୍ୱାସରେ ଭାଗବତ ପେଡି

ଆଜି କର୍ପୁର ଯାଇଛି ଉଡି କନା ରହିଛି ପଡି

ନେଡି ଗୁଡ଼ କହୁଣୀକୁ ଗଡି

ଜିଭ ପାଉନି ଚାଟିବାକୁ ଜନ୍ଦା ଗଲେ ବେଢ଼ି

ବେଡି ଉପରେ କୋରଡ଼ାର ମାଡ଼

ତୁମେ ଫେରିଆସ ସବୁ ହେଇଯିବ ସଜାଡି

କି ମନ୍ତ୍ର ଜାଣିଥିଲ କି ତନ୍ତ୍ର ଫୁଙ୍କୁଥିଲ

ଭାରତୀୟ ନାମେ ହୋଇ ଯୋଡି

ରହିଥିବେ ଯେମିତି କାଲି ଥିଲେ ବେଢ଼ି

ଆସ ବାପୁ ଫେରିଆସ ସୂତ୍ରଧର

ନଭାଙ୍ଗୁ ବାଡ଼ି ନଛିଡ଼ୁ କୁହୁକ ଦଉଡି

ଆଉ ଯେତେ ସ୍ବପ୍ନ ବାକି କରିବୁ ପଗଡି


Rate this content
Log in

Similar oriya poem from Inspirational