STORYMIRROR

Sunanda Mohanty

Inspirational Others

4  

Sunanda Mohanty

Inspirational Others

ଫେରିଆସ ଗାନ୍ଧିଜୀ

ଫେରିଆସ ଗାନ୍ଧିଜୀ

1 min
15


ତୁମର ସେ ଅପରୂପ ରୂପ

ଆଣ୍ଠୁ ଲୁଚୁନଥିବା ଧୋତି ସହ 

ଅଣ୍ଟାରେ ଘଣ୍ଟା ସମୟାନୁବର୍ତ୍ତିତା ସୂତ୍ର

ହାତର ବାଡ଼ି ନୁହେଁ ସତ୍ୟର ଲଉଡ଼ି

ଅହିଂସାର ପ୍ରତିମୂର୍ତ୍ତୀ କେଣେ ଗଲ ଛାଡ଼ି

ଭାରତର ଅସ୍ମିତାରେ ତୁମ ବାଗ୍ମୀତା

ଆଣିଦେଲ କେମିତି ସ୍ବାଧୀନତା

ବିଦେଶୀ ହାତରୁ ସ୍ବଦେଶ ଛଡେଇ

ବୈଷ୍ଣବ ଜନ କେଣେ ଗଲ ଛାଡ଼ି

ସତ୍ୟର ଜୟ ଅହିଂସାର ମନ୍ତ୍ର ଗାଡି

ଇଂଗ୍ରେଜ ଗଲେ ତାଙ୍କ ଦେଶକୁ ଦଉଡି

ତୁମ ପାଦ ଚଲା ନୀତି ଆଜି ଜାଗୃତି

ତୁମ ଅହିଂସା ନୀତି ଆଣେ ଶାନ୍ତି ପ୍ରୀତି ମୈତ୍ରୀ

ତୁମ ଆନ୍ଦୋଳନ ଆଜି ବଜାଏ ତାଳି

ତୁମ ଆଦର୍ଶ ଆଜି କାଇଁଚ କଉଡ଼ି

 ଦେଖିଯାଅ ବାପୁ ମଣିଷର ଆଶା ଛିଡି

ନିଶ୍ୱାସରେ ବାଉଁଶ କରଡ଼ି

ବିଶ୍ୱାସରେ ଭାଗବତ ପେଡି

ଆଜି କର୍ପୁର ଯାଇଛି ଉଡି କନା ରହିଛି ପଡି

ନେଡି ଗୁଡ଼ କହୁଣୀକୁ ଗଡି

ଜିଭ ପାଉନି ଚାଟିବାକୁ ଜନ୍ଦା ଗଲେ ବେଢ଼ି

ବେଡି ଉପରେ କୋରଡ଼ାର ମାଡ଼

ତୁମେ ଫେରିଆସ ସବୁ ହେଇଯିବ ସଜାଡି

କି ମନ୍ତ୍ର ଜାଣିଥିଲ କି ତନ୍ତ୍ର ଫୁଙ୍କୁଥିଲ

ଭାରତୀୟ ନାମେ ହୋଇ ଯୋଡି

ରହିଥିବେ ଯେମିତି କାଲି ଥିଲେ ବେଢ଼ି

ଆସ ବାପୁ ଫେରିଆସ ସୂତ୍ରଧର

ନଭାଙ୍ଗୁ ବାଡ଼ି ନଛିଡ଼ୁ କୁହୁକ ଦଉଡି

ଆଉ ଯେତେ ସ୍ବପ୍ନ ବାକି କରିବୁ ପଗଡି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational