ସ୍ୱପ୍ନ ଆଉ ଲକ୍ଷ୍ୟ
ସ୍ୱପ୍ନ ଆଉ ଲକ୍ଷ୍ୟ
ସ୍ବପ୍ନ ଆଉ ଲକ୍ଷ୍ୟ ନାହିଁ ଯଦି ଜୀବନରେ ଆମର
ସେହି ଜୀବନଟା ଆମ ଜୀବନ ନୁହେଁ, ନଇକୂଳ ତୁଠ ପଥର
ମଣିଷ ଜନମ ପାଇ ଯଦି ବଞ୍ଚିବା ନିର୍ଜୀବ ଭଳି
ଏ ମଣିଷ ଜନମ ଆମର ହାଏ ଚୁଲିରେ ଯାଉ ଜଳି....
ଏଇ ମୁହୂର୍ତ୍ତରୁ ଆସ ଆମେ ଯିବା ବଦଳି
ନିର୍ଜୀବ ଭଳି ନୁହେଁ ବଞ୍ଚିବା ମଣିଷ ଭଳି
ଆମ ଭାଗ୍ୟ ଆମେ ନିଜେ ଲେଖିବା
ଅନ୍ୟ କାହା ଉପରେ ଭରସା ନକରିବା....
