STORYMIRROR

upadu chandrasekhar

Inspirational

3  

upadu chandrasekhar

Inspirational

କରୋନା ମୁକାବିଲା

କରୋନା ମୁକାବିଲା

1 min
380


ମାଆ ମାଉସୀ ଭାଇ ବନ୍ଧୁବର୍ଗ ଗଣ

କରୋନା ସତର୍କ ପାଇଁ କହୁଅଛି ଶୁଣ ।

ଦୁଇ ହାତ ସାବୁନରେ ସଫା କରୁଥିବ 

ଗୋଡ ଭଲେ ଧୋଇ ସଦା ଘରେ ପ୍ରବେଶିବ ।

ଜନ ଗହଳି ଆଦିରେ ନିଜକୁ ଦୁରେଇ 

କାଶ,ଛିଙ୍କାଦିରେ ରୁମାଲେ ରୋକିବ ଭାଇ ।

ଆଖି,ନାକ,କାନ ଆଦି ହାତରେ ନ ଛୁଇଁ

ବଜାରୀ ଥଣ୍ଡା ପାନୀୟ ନ ପିଇବ ଭାଇ ।

ମୁହେଁ ମୁଖା ଧାରୀ ପରେ ବାହାରକୁ ଯିବ

ପାଣି ସଦା ଗରମାଇ ନିତି ପିଉଥିବ ।

ସାକ୍ଷାତରେ ହାତମିଶା ଭୁଲି ଆଲିଙ୍ଗନ 

ସଂସ୍କାରରେ ନମସ୍କାର କରିବୁ ରେ! ଧନ ।

ସାଧାରଣ ଥଣ୍ଡା,କାଶ,ଜ୍ୱର ଆଦି ହେଲେ

ନିକଟ ଚିକିତ୍ସାଳୟେ ଦେଖାଇବ ଭଲେ ।

କରୋନାକୁ ଜମା ତୁମେ ଭୟ ନ କରିବ

ସତର୍କ,ସାବଧାନେ ସେ ଆପେ ଦୂରିଯିବ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational