STORYMIRROR

upadu chandrasekhar

Classics

2  

upadu chandrasekhar

Classics

ନାରୀ

ନାରୀ

1 min
205

ବିଭୁ ଜଗତରେ ସୃଷ୍ଟି କି ସୁନ୍ଦର ମର୍ମ

ତନ୍ମଧ୍ୟରେ ନାରୀଙ୍କର କି ଅଦ୍ଭୁଦ ଜନ୍ମ

ମାତା ରୂପେ ସାରା ଜଗତ କରିଛି ସୃଷ୍ଟି

ସ୍ନେହ ଶ୍ରଦ୍ଧା ମମତାକୁ କରାଉଛି ବୃଷ୍ଟି

ଭାର୍ଯ୍ୟା ଭାବେ ଅବତାରୀ ଅର୍ଦ୍ଧାଙ୍ଗିନୀ ହୋଇ

ସଂସାର ସାଗରେ ପତି ସହ ବାସ କରି

ଭଗ୍ନୀ ଭାଗରେ ସେତ କ'ଣ ନ କରିଛି

କ୍ଷଣେ କାନ୍ଦିଛି ଦୁଃଖେ ହସ ଫୁଟାଇଛି

ମାଉସୀ ମାଇ ଅଟନ୍ତି ମାଆ ପ୍ରତିଶବ୍ଦ

ରକ୍ଷା କରି କୋଳ କରେ ବିପଦେ ଆପଦ

ଜେଜେ ମାଆ ଆଇ କଥା କି କହିବି ପୁଣ

ଉପଦେଶ ଗଳ୍ପ ପେଡ଼ି ସେ ଦୁହିଁଙ୍କୁ ଜାଣ

ଶକ୍ତି ପାଇଁ କାଳୀ ବିଦ୍ୟା ପ୍ରତି ସରସ୍ୱତୀ 

ଧନେ ଲକ୍ଷ୍ମୀ ସତୀ ରୂପେ ସେ ପରାଶକତି

ଏମିତି ବିଚିତ୍ର ଜଗତର ପ୍ରହେଳିକା 

ଜୀବନରେ କେବେ ଥରେ ଭାବି ଅଛ ଏକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics