ସତ୍ୟର ଜୟ
ସତ୍ୟର ଜୟ
କେତେ ଲୁଚାଇବ ଗୁପତେ ସେ ଦୋଷ
କେତେ ପାପ ଘୋଡାଇବ
ସତ୍ୟ ପରାକ୍ରମେ ତା'ରି କରବାଳେ
ନିଶ୍ଚେ ନିହିତ ହୋଇବ ।
କ୍ଷଣିକର ଖେଳ ଏ ପାପର ବଳ
ଚିରନ୍ତନୀ ସତ୍ୟ ପାଶେ
ହାତ ଗଣିତିରେ ପୂର୍ଣ୍ଣ ହେବ ଫଳ
ଦୁଃଖୀ ସତ୍ୟବାନ ହସେ ।
କୁରୁକ୍ଷେତ୍ର ଜୟ ପାଣ୍ଡବ ବିଜୟ
ଦଶାଶନ କ୍ରୃର ହତ
ମହିଷ ଅସୁର ଭଗବତୀ ହସ୍ତେ
ଅମର ବିଜୟ ସତ ।
ନିର୍ଭୟା ସଂଗ୍ରାମ ସଫଳ ହୋଇଛି
ଆଜି ଉଷାଦେବୀ କୋଳେ
ଦାନବଙ୍କୁ ଆଜି ଫାଶି ସମ୍ବର୍ଦ୍ଧନା
ପୂର୍ଣ୍ଣ ପାପ ଫଳ ବେଳେ ।
