ମୋ ଅନାମିକା ମିତ
ମୋ ଅନାମିକା ମିତ
ଥିଲି ଏକା ହୋଇ ଅଧମ ମୁଁ ହୋଇ
ବନ୍ଧୁ,ପରିଜନ ହୀନ
ମୋ ଜୀବନେ କେହ୍ନେ ବସା ବାନ୍ଧି ନେଲା
ଅନାମିକା ଅନ୍ୟ ମନ ।
କହି ନଜାଣଇ ଲେଖି ନପାରଇ
ଦିନେ ଓଡିଆରେ ମୁଁହି
ତେଲୁଗୁ ଜାଲରେ ଭାବ କନ୍ଦଳରେ
ବନ୍ଦୀ ଭାବେ ଥିଲି ରହି ।
ଦିନେ ମୁଁ ବାହାରି ମନକୁ ପଚାରି
ଜାଣି ନେଲି ଏକ ସତ
କେହି ନୁହଁ ଭାଇ ମୋ ମନ ଆଇନା
ବସିଛି ମୋ ସସଙ୍ଗାତ ।
ଯାହା ମୁଁ ଭାବୁଛି ଲେଖି ଚାଲୁଅଛି
ହାତ ଧରି ତା'ରି ସାଥେ
ସମାଜ ହିତରେ ମୋ ମନ ମତରେ
କାଗଜ,କଲମ,ହାତେ ।
କ୍ରୃର କଳୁଷରୁ ଜଞ୍ଜାଳ ପଙ୍କରୁ
କବି ବନାଇଛି ମୋତେ
ବୋଧେ ସାତ ନର ଜନ୍ମ ପାଇଥିଲି
ଏ ଜନ୍ମ ଜଗତ ହିତେ ।