STORYMIRROR

upadu chandrasekhar

Abstract

2  

upadu chandrasekhar

Abstract

ଆମେ ବି କମ୍ ନୁହଁ

ଆମେ ବି କମ୍ ନୁହଁ

1 min
3K

ଆମେ ଅଙ୍ଗହୀନ ନୁହଁ ଦୀନ ହୀନ

ନୁହଁ ଅକର୍ମା ଅକ୍ଷମ

ଆମ ମନବଳ ନୁହଇ ବିରଳ

ସରବେ ଦକ୍ଷ ସକ୍ଷମ

କାନ ବଦଳରେ ହୃଦୟେ ଶୁଣୁଛୁ

ସମାଜିକ ହିତ କଥା

ଆନ ଭଳି ଆମେ କୁଟ,କପଟରେ

ଆଛନ୍ନ ନୁହଇ ମଥା

ଏକ ଗୋଡ ନେଇ ଯାଇନ ପାରଇ

ମନ୍ଦ ଉପମାର ସ୍ଥଳେ

ସମାଜ ହିତରେ ପଥିକ ପ୍ରୟାସୀ

ହୋଇ ଚାଳୁ ବେଳେ ବେଳେ

ଏକ ହାତ ଥାଇ କେବେ ନ ପାତିଛୁ

ଅକ୍ଷମେ ଦୁଃଖରେ ଭିକ୍ଷା

ସ୍ୱାଭିମାନ ଆମ ଜନମ ପ୍ରକୃତି

ନିଜସ୍ୱ ମନର ଶିକ୍ଷା

ଗଗନେ ବିମାନ ଓ ସ୍ଥଳେ ବାହାନ

ସିନ୍ଦୁ ଗର୍ଭେ ଜାହାଜ

ଆମ ମନବଳ ଓ ଆତ୍ମା ବିଶ୍ୱାସ

ହଁ ସବୁଠରେ ବିରାଜ

ସଙ୍ଗୀତ ବାଦ୍ୟରେ ଓ ଗାନ ମଧ୍ୟରେ

କୌଣସିରେ କମ୍ ନୁହଁ

ନୂପୁର ନୃତ୍ୟରେ ସ୍ୱ ଅଭିନୟରେ

କେଉଁଠି ପଛୁଆ କୁହ

ଭିବୁଙ୍କ ସୃଷ୍ଟିରେ ସ୍ୱତନ୍ତ୍ର ଜନମ

ପାଇଅଛୁ ଆମେ ପୁଣି

କୁଟ ଓ କପଟ ଛଳନା ବିହୀନ

ଉତ୍ତମ ମଣିଷ ଗଣି


Rate this content
Log in

Similar oriya poem from Abstract