କଷଣ କାରାରୁ ମହାମାନବ
କଷଣ କାରାରୁ ମହାମାନବ
କଷଣ କାରାରୁ ମହାନ ମାନବ
ଅତି ମାନସ ପୁରୁଷ
ନିରପେକ୍ଷ ନିର୍ଭିକତାକୁ ହିଁ ଘେନି
ଲଭିଛନ୍ତି କେତେ ଯଶ ।
ଆକାଶକୁ ଦେଖି ଡରୁଥିଲେ ଦିନେ
କିଛି ଘଟିବ ସେ ସ୍ଥଳେ
ଚାନ୍ଦ,ତାରା ଦଳ ହୋଇ ଦଳ ମେଳ
ମଥାରେ ଖସିବେ କାଳେ ।
ଜୀବନ ପଥରେ ପ୍ରତିଟି କଥାରେ
ବିଫଳକୁ ସାଥି କରି
ଝୁଣ୍ଟି ପଡି ପୁଣି ଉଠି ଧାଇଁ ଚାଲି
ନିର୍ଭୟେ ଧର୍ଯ୍ୟକୁ ଧରି ।
ପାଠରେ ଆଦୁଅ ମନଟି ନଥାଏ
ବିଚଳିତ ଚିତ୍ତଟିଏ
ଦେଶସେବା ଯଦି ମନେ ଘାଣ୍ଟୁଥାଏ
କହିପାରିବ କି କିଏ ?
ସତ୍ୟ ଧର୍ମ ପଥ କେବେ ନ ଛାଡନ୍ତି
ଅନ୍ୟାୟ ପ୍ରତିବାଦରେ
ନାକସିଧା କଥା ସାହାସିକ ସତ୍ତା
ବିପ୍ଳବ ଜାଗେ ତା' ସ୍ୱରେ ।
ସତ୍ୟ ଅହିଂସାରେ ଗାନ୍ଧି ମହା ଆତ୍ମା
ବିପ୍ଳବେ ସୁବାଷ ବୋଷ
ବିଚାରେ ଚାଣକ୍ୟ ସହନେ ପ୍ରମୁଖ
ନିତି ବଦନରେ ହସ ।
ଏକାଧାରେ ସିଏ ବହୁଳ ପ୍ରତିଭା
ଦେଶ ବିଦେଶେ ପ୍ରଖ୍ୟାତ
ଅଭିନେତା,ନିରିଦେଶକ,ଲେଖକ
ପ୍ରଶାସକେ ନ ସୀମିତ ।
କେହି ନୁହଁ ସିଏ ସଭିଙ୍କର ପ୍ରିୟ
ଏମିତି କିଏ ନ ଜାଣ
ପାୱାର୍ ଷ୍ଟାରେ ଆଖ୍ୟା ପାଇଛନ୍ତି ସେହି
ସେହି ପବନ କଲ୍ୟାଣ ।
ଅଧମଟି ମୁହିଁ ଲେଖି ନ ପାରଇ
ତାଙ୍କର ଗୁଣ,କୀରତି
ଶବ୍ଦ,ଛନ୍ଦ ହୀନ ମୋ ଲେଖା କଲମ
ବିଚଳିତ ମୂଢ଼ ମତି ।