STORYMIRROR

Krushnapriya Mohapatra

Abstract Classics Inspirational

3  

Krushnapriya Mohapatra

Abstract Classics Inspirational

ଜୀବନ ଓ ଝରଣା

ଜୀବନ ଓ ଝରଣା

1 min
67

ଉଚ୍ଚପାହାଡରୁ ଝରଣା ଯେମିତି 

କୁଳୁ କୁଳୁ ନାଦେ ଝରି ଆସଇ।

କୁଆଁକୁଆଁ କାନ୍ଦି ମା କୋଳେ ଜନମି

ଶିଶୁଟି ସେମିତି ଧରା ଛୁଅଇଁ।

ପାହାଡରୁ ଖସି ଚଟାଣ କୁଡେଇଁ

ଅଥୟ ଝରଣା ଆଗକୁ ଧାଏଁ।

କ୍ଷୁଦ୍ର ଜଳଧାରା ସ୍ରୋତ ରୂପେବହି 

ପ୍ରଖର ବେଗରେ ନିମ୍ନକୁ ଯାଏ।

ଶିଶୁ ଶିଖେଚାଲି ମା ହାତ ଧରି

ଧରାରେ ଯେମିତି ପାଦକୁ ଥୁଏ।

ମାଆର ପଣତ ମମତା ପରଶ 

ଵକ୍ଷର ଅମୃତ ଧାରାକୁ ପିଏ ।

ଶିଶୁରୁ ହୁଏ ସେ ଚପଳକିଶୋର 

ଗଢେତା ଜୀବନ ସଂସାର ହିତେ

ପରିବାର ଅନୁଶାସନେ ଶିଖଇ

ଚରିତ୍ର ସ୍ନେହ ଶ୍ରଦ୍ଧା ଭକ୍ତି ଯେତେ।

ସଂସ୍କାର ପଥରେ ଯାଏ ସେ ଆଗେଇ 

ଗୁଣ ଅବଗୁଣ ଦୂରେଇଦେଇ ।

ପର ଉପକାର, ଦେଶ ସେବା ଵ୍ରତେ

ଉଚ୍ଚମନା ସଦାସର୍ବଦା ହୋଇ।

ଅନୁସରିଯାଏ ସରିତର ପଥ 

ମଧୁର ପବିତ୍ର ମନକୁନେଇ।

ଯେମିତି ତଟିନୀ ବହି ଯାଉଥାଏ 

ନିରିମଳ ସ୍ୱଚ୍ଛ ଜଳକୁ ଦେଇ।

କୈଶୋରବେଳାର ଚପଳତା ତେଜି

ଉଦ୍ଭାସିତ ସୂର୍ଯ୍ୟ ଜ୍ୟୋତି ସମ

ଯୌବନ ପ୍ରବୃତ୍ତି ଭରିଦିଏ ଶକ୍ତି

ଆଦର୍ଶ ମହତ ପୁରୁଷକର୍ମ ।

ନିଜ ସ୍ଵାର୍ଥ ତେଜିପର ଉପକାରେ

ଜୀବନ ଉତ୍ସର୍ଗ କରିପାରେ ଯେ।

ଜୀବନ ସାର୍ଥକ ହୁଅଇ ଶେଷରେ

ମିଶଇ ଯେପରି ନଦୀ ସାଗରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract