STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ହେବ ପୁଣି ରଥଯାତ୍ରା

ହେବ ପୁଣି ରଥଯାତ୍ରା

1 min
78


  ଆସିବାର ନଥିଲା 

  ମନା ହୋଇଥିଲା

  ଆସୁଛ ପୁଣି

  କୋଟି ଓଡ଼ିଆଙ୍କ

  ଠାକୁର ତୁମେତ

  ମନକଥା ତାଙ୍କ

  ପାରିଲ ଜାଣି ।।

  "ଚକ ଗଡିବନି

  ଅଖ ଗଡିବନି

  ହେବ ନାହିଁ ପୁଣି

   ରଥ ଯାତରା"

   ଖବର ଯେମିତି

   ଆସିଲା ସେମିତି

   ଚହଳ ପଡିଲା

   ରାଇଜ ସାରା ।।

   ସଭିଏଁ ଡାକିଲେ

   ବାହୁ ପ୍ରସାରି

   ଏକି ଲିଳା ପ୍ରଭୁ

    କୁହ ତୁମରି !

    କିଏସେ ଝୁରିଲା

    ଗଡାଇ ଲୁହ

    ବଳି ପଡିଲା କା

    ଅନ୍ତର କୋହ ।।

    ଚାପକୁ ଗଲନି

    ସ୍ନାନ ଦେଖିଲୁନି

    ହେବନାହିଁ ପୁଣି

    ରଥ ଯାତରା !

    କାହିଁକି ଏମିତି

    ଦୁଃଖ ଦିଅ ପ୍ରଭୁ

    ଭାବ ଭଉଁରୀରେ

    ରାଇଜ ସାରା ।

    ଅନ୍ତରଜ୍ୟାମି ହେ

    ଅନ୍ତର କଥା

    କୋଟି ଓଡିଆଙ୍କ

    ମନର ବ୍ୟଥା

    ଜାଣିପାରି ତୁମେ

    ଉପାୟ କଲ

    ରଥ ଗଡିବାକୁ

    ନିର୍ଦ୍ଦେଶ ଦେଲ ।।

    ଜୟ ଜଗନ୍ନାଥ 

    ପଡିଲା ହୁରି

    କମ୍ପିଲା ରାଇଜ

    କମ୍ପିଲା ପୁରୀ ।।

    କାଳିଆର ହେବ

    ରଥ ଯାତରା

    ହସିବ ଦୁନିଆ

    ହସିବ ଧରା ।।

    ଜୟ ଜଗନ୍ନାଥ

    ଜଗତ ନାଥ

    ରଖିଲ ଭକତ

    ମାନ ମହତ ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics