ରକ୍ଷା ବନ୍ଧନର ମାନ
ରକ୍ଷା ବନ୍ଧନର ମାନ
ଭାଇ ଭଉଣୀର ଅଦ୍ଭୁତ ସମ୍ପର୍କ
ସୃଷ୍ଟିର ଅନନ୍ୟ ଧାରା
ଭଉଣୀ ଅବଳା ଭାଇ ପାଇଁ କରେ
ମାଗୁଣି ଧାରା ଅସରା ।
ଭ୍ରାତୃ ଦ୍ୱିତୀୟା ଭାଇ ଜିଉନ୍ତିଆ
ସ୍ଥାନ ବିଶେଷେ ପାଳନ
ଓଡିଆ ଭଉଣୀ ସୁତ୍ରଟିଏ ବାନ୍ଧି
ଭାଇକୁ କରେ ମନନ।
ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ
ରକ୍ଷା ବନ୍ଧନର ବିଧି
ସୁତାଟିଏ ବାନ୍ଧି ନିରିମାଖୀ ଭଗ୍ନୀ
ମାଗେ ତା ମନର ସିଦ୍ଧି।
ପ୍ରତି ବଦଳରେ ଭାଇ ଦାନ କରେ
ସୁରକ୍ଷାର ପ୍ରତିଶ୍ରୁତି
ଶ୍ୱଶୁରାଳୟରେ ବିପଦ ଶୁଣିଲେ
ଭାଇ ପତାଇବ ଛାତି।
ବସ୍ତୁବାଦ କଲା ବସ୍ତୁ ସରବସ୍ୱ
ଉପହାର ଭଗ୍ନୀ ମାଗେ
ଭାଇ ଉପହାର ଦେଇ ଭୁଲିଯାଏ
ଭଉଣୀର ଦୁଃଖ ଆଗେ।
ରକ୍ଷା ସୁତ୍ର ନୁହେଁ ସୁତାଟିଏ ଆଜି
&
nbsp;ଚିକିମିକି ଜରିପାଟ
ଦାମିକା ରାକ୍ଷୀର ଦାମୀ ଉପହାର
ପରେ ନାହିଁ ଭେଟଭାଟ।
ସାତ ସାଧବଙ୍କ ସୁନାନାକି ଭଗ୍ନୀ
ଦୁଃଖର ପାହାଡ ତଳେ
ଭାଇଙ୍କର ଶୁଭ ମନାସି ତପୋଇ
ଖୁଦୁରୁକୁଣୀଙ୍କୁ ଭାଳେ।
ପ୍ରାଣର ପିତୁଳା ତଅପୋଇ ବାଳା
ଦେଖି ତାର ଦୁଃଖ କଷ୍ଟ
ସାତ ଭାଇ ମିଶି ଦୁଷ୍ଟା ପତ୍ନୀ ସହ
ସମ୍ପର୍କ କୁ କଲେ ନଷ୍ଟ।
ଆଜିର ଭାଇଟି ଭାଉଜ କାନିରେ
ବନ୍ଧା ଜୀବଟିଏ ମାତ୍ର।
ଭାଇ ଭଉଣୀର ଅମୂଲ୍ୟ ସମ୍ପର୍କ
ଭାଉଜ ର ଦାହ ଗାତ୍ର।
ପିତାମାତା ଅନ୍ତେ ଝିଅଟିଏ ଆଜି
ବାପ ଘର ଆଶା ଛାଡି
ଆପଣା କରମ ଆଦରି ରହୁଛି
ମାଟି ତଳେ ମୁହିଁ ମାଡି।
ରକ୍ଷା ବନ୍ଧନର ରକ୍ଷା ସୁତ୍ର ହେଉ
ସମ୍ପର୍କର ମହାସୁତ୍ର
ହେ ଭାଇ ଭଉଣୀ ବଦଳି ନ ଯାଅ
ମନେରଖି ଏହି ମନ୍ତ୍ର।