STORYMIRROR

Basanti Pattnaik

Classics Inspirational

3  

Basanti Pattnaik

Classics Inspirational

" ଦିପାବଳୀ "

" ଦିପାବଳୀ "

1 min
147

  କାର୍ତ୍ତିକ ମାସର ଚତୁର୍ଥି ତିଥିରେ

  ମାତା କାଳୀଙ୍କୁ ପୂଜନ୍ତି ଅତି ଶ୍ରଦ୍ଧାରେ

  ମା ଲୋ ତୋର ଅଟ‌ଇ ବିବିଧ ଋପ

  ଜଗତେ ବାଣ୍ଟୁ ତୁ ଅମୃତ ରସ

  ଏହି ତ ଅଟ‌ଇ ଧର୍ମର ପର୍ବ

  ହବିଷ‌ଆଳୀଙ୍କ ପ୍ରିୟ କାର୍ତ୍ତିକ 

  ହବିଷ ପାଳି କାଟନ୍ତି ଦିନ

 ଧର୍ମ ଅର୍ଜନ ନିମନ୍ତେ କରନ୍ତି ପ୍ରୟାସ

 କେତେକ କରନ୍ତି ଆମିଷ ତ୍ୟାଗ

 ଧର୍ମ ଅର୍ଜନ ବିଶ୍ବାସକୁ ନେଇ ଦୃଢିଭୂତ ।


  ମାଆ କାଳିଙ୍କ ଉଗ୍ରର ରୂପ

  ପଣା, ପାଣି କଖାରୁ ଦିଅନ୍ତି ଭୋଗୋ

  ପଶୁ ବଳି ପ୍ରଥା ଉଠିତ ଗଲା

  ପାଣି କଖାରୁ ବୋଦା ତ ପଡ଼ିଲା

  ଛେନା ଗୁଡ଼ ନଡ଼ିଆ ଗୋଲୋମରିଚ

  ଏହି ପଣା ତ ମାଆ ର ପ୍ରିୟ

  ମାଆର ଏହି ଉଗ୍ରରୂପ ଧାରଣ

  ପାପ ନାଶକ, ଦିଏ ଆଲୋକ ଧାର

  ଅସତ୍ୟ ପାପର ଦୂରିକରଣ

  ସତ୍ୟର ମାର୍ଗ ଦେଖାଇ ଜାଣ।


    ଦ୍ଵାପର ଯୁଗରେ ଶ୍ରୀ ରାମଚନ୍ଦ୍ର

    ‌‌‌‌‌ରାବଣ ବଧ କରି ଫେର‌ଇ ନ‌ଅର

    ସାଥିରେ ସୀତା ମା, ଭାଇ ଲକ୍ଷ୍ମଣ

    ଆଗମନ କଲେ ଶ୍ରୀ ପୁରୁଷୋତ୍ତମ 

    ଅଯୋଧ୍ୟାରେ ଖେଳେ ଆନନ୍ଦ ଲହରୀ

    ଦୀପ ଆଲୋକରେ ସଜାନ୍ତି ନଗରୀ

    ଅଯୋଧ୍ୟା ହସ‌ଇ ସାତରଙ୍ଗ ଭରି 

    ସଭିଏଁ ନାଚନ୍ତି ଗୀତ ଗାନ କରି

    ଦିବ୍ୟ ଆଲୋକରେ ଚମକି ଉଠ‌ଇ

    ଧରଣୀ ଆନନ୍ଦେ ଅପୂର୍ବ ଦିଶ‌ଇ

    ଅସତ୍ୟ ଉପରେ ସତ୍ୟର ଜୟ

    ବାର୍ତ୍ତା ଦିଅନ୍ତି ଶ୍ରୀ ରାମଚନ୍ଦ୍ର ଦେବ।

    

    କାର୍ତ୍ତିକ ମାସର ମହତ୍ତ୍ଵ ବାଣୀ

    ଧର୍ମ ଅର୍ଜନ ମାସରେ ଅଟ‌ଇ ଜାଣି

    ଦିପାବଳୀ ପାଳନ୍ତି ସଭିଏଁ ଖୁସିରେ

    ପ୍ରେମ, ଆନନ୍ଦ ଲହରୀ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ ବାଣ୍ଟିରେ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics