STORYMIRROR

Basanti Pattnaik

Romance Classics

3  

Basanti Pattnaik

Romance Classics

ଶୀତ ରାଣୀ

ଶୀତ ରାଣୀ

1 min
118

  ଶୀତ ରାଣୀ ଆସେ ଛୁପିଛୁପିକା 

  ମୋ ତନୁକୁ ଛୁଏଁ ଲୁଚିଲୁଚିକା।

  ମୋ ତନୁ ମନରେ ଛନକା ପଶେ,

   ତୁମ ପରଶ କୁ ଛାତିରେ ମାପେ।


   ଶୀତ ରେ ଅତୀତ ମନେ ମୋ ତେଜେ,

  ଆମ ପ୍ରେମ ସ୍ମୁତି ମନରେ ଜାଗେ।

   ଶୀତ ପାଶେ ଆସେ ତୁନିତୁନିକା,

 ମୋ କାନେ କହେ ତୁ ଭାରି ବୋକିଟା।

  ତୋର ସାଥୀ ଯାଇ ଚାନ୍ଦ ରେ ଅଛି,

  ତୋତେ ସେ ଖାଲି ଉପରୁ ଦେଖୁଛି।


     ମୁଁ ଶୀତ ରାଣୀ ଧରାକୁ ତ ଆସିଛି,

     ପ୍ରକୃତି ଖୁସିରେ ଆନନ୍ଦେ ହସୁଛି।

     ଶୀତ ରେ ପତର ସବୁତ ଝଡେ ରେ,

     ଶୀତଳ ପବନେ ଧରଣୀ ଝୁଲେ ରେ।

     ବନ ତଋ ଲତା ହୁଏତ ଚଞ୍ଚଳ, 

     ନବୀକରଣ କୁ ଦେହ ରେ ଖୋଜେଲୋ।


     ଶିଶିର ବିନ୍ଦୁ ରେ ଧରା ଖେଳଇ 

     ଶୀତ ରାଣୀ ମୁଁ ତ ଭାରି ଚଗଲି।

   କାଶତଣ୍ଡୀ ନାଚଇ ଚକା ଭଉଁରୀ, 

   ଶୋରିଷ ଫୁଲ ଚହଟେ ସୁନା ପରି।

   ଶୀତ ରାଣୀ ଅଟେ ଭାରି ସୁନ୍ଦର, 

    ଋତୁ ଚକ୍ର ବାଣ୍ଟେ ମହତ୍ତ୍ବ ତାର।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance