STORYMIRROR

Basanti Pattnaik

Romance

3  

Basanti Pattnaik

Romance

ଶ୍ରାବଣ ମାସ ବର୍ଷା ଓ କିଛି ସ୍ମୃତି

ଶ୍ରାବଣ ମାସ ବର୍ଷା ଓ କିଛି ସ୍ମୃତି

1 min
153

ଶ୍ରାବଣରେ ଶ୍ରାବଣ ଆସିଛୁ ତୁହି,

ମନରେ ଭରିଛୁ ଆନନ୍ଦ ତୁହି,

 ତୋ ଋପରେ ମୁଁ ତ ମତୁଆଲା ହେଲି 

ନାଚୁଛି ମୁଁ ଯେ ତା ଥେଇ ତା ଥେଇ।

କୁଳୁ କୁଳୁ ନାଦରେ ଝରଣା ଝରୁଛି 

ପୋଖରୀ ଖୁସିରେ ଲହଡ଼ି ଭାଙ୍ଗୁଛି,

ନଦୀ ନାଳ ସବୁ ତ ସଜଳ ହୋଇଛି,

 ଜଳମୟ ସବୁ ତ ହୋଇ ଉଠିଛି।

ବୃକ୍ଷ ତରୁ ଲତା ଯେ ହସି ତ ଉଠୁଛି,

 ଧରଣୀ ମାତା ସବୁଜିମା ହୋଇଛି,

 ବର୍ଷା ରେ କୃଷକ ସଜାଗ ହୋଇଛି,

ହସି ହସି ସେ ତ ଲଙ୍ଗଳ କରୁଛି।


କୁନୁ ମୁନୁ ଛୁନୁ ତ ମନ ଖୁସିରେ

କାଗଜ ଡଙ୍ଗା କରି ଭସାଉଛନ୍ତିରେ,

ସାଧବ ବୋହୁକୁ କେତେ ଖୋଜୁଛନ୍ତି,

 ଦେଖା ଯାଉ ନାହିଁ ମନେ ଭାବୁଛନ୍ତି।


ଶ୍ରାବଣ ମାସରେ ଧରଣୀ ତ ଶୀତଳ,

 ଧର୍ମ ମାସ ଇଏ ଯେ ପବିତ୍ର ଭାବ,

କାଉଡ଼ିଆ ଚାଲନ୍ତି ହୋଇ ମାଳ ମାଳ,

ଶୈବ ପୀଠରେ ଲାଗି ଥାଏ ଯେ ଭିଡ଼।


ବର୍ଷା ଋତୁରେ ପ୍ରେମୀ ଯୁଗଳ ଖୁସି ରେ

ଝୁମନ୍ତି ସଭିଏଁ ଆନନ୍ଦ ଚିତ୍ତରେ,

ପ୍ରେମମୟ ଲାଗେ ଆହା ଚ‌ଉଦିଗ ରେ,

 ଆମ ପ୍ରେମ ସୃତି ଭାରି ମନେ ପଡୁଛି ରେ।


ବର୍ଷା ଋତୁରେ ତୁମେ ଭାରି ମନେ ପଡ,

ତୁମ ମୃଦୁ ହସ ସହିତ ଚା କପ୍ ର ମଜା, 

ଗରମ୍ ପକୁଡ଼ି ସହିତ ଟୁପ୍ ଟାପ୍ କଥା,

ଆଖି ରେ ଆଖି ମିଶାଇ ଘଣ୍ଟା ଘଣ୍ଟା,

 ଅଳ୍ପ ହସ ବିନା କଥା ରେ ଖାଲି ନୀରବତା।


ବର୍ଷା ରେ ଭିଜି ଲା ବେଳେ ଆଜି ମୁଁ ଭାବୁଛି,

ଆମ ପ୍ରେମ ମିଠା ସପନ ମନେ ପଡୁଛି,

ଉଦାସିଆ ମନକୁ ବୁଝେଇ ଦେଉଛି,

 ପାଖେ ପାଖେ ଅଛ ବୋଲି ପୁଣି ମୁଁ ଭାବୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance