"ସ୍ମୃତି ତୁମେ"
"ସ୍ମୃତି ତୁମେ"
ସ୍ମୃତି ତୁମେକେବେ ଅତି ଆପଣାର
ହୃଦୟ ତଳର ଗୀତି ,
ସ୍ମୃତି ତୁମେ କେବେ ଅତି ଭୟଙ୍କର
କିଟିମିଟି କଳାରାତି l
ତୁମେ କେବେ ସ୍ମୃତି ଚେନାଏ ହସର
ପ୍ରଶାନ୍ତି ର ଚିହ୍ନ ବର୍ଣ୍ଣ ,
ତୁମେକେବେ ପୁଣି ଭାବନା ପ୍ରାଙ୍ଗଣେ
ବିଷାଦରେ ପରିପୂର୍ଣ୍ଣ l
ସ୍ମୃତି ତୁମେ କେବେ ଆଶା ଆକାଂକ୍ଷାର
ଜ୍ୟୋତ୍ସ୍ନା ଭିଜା ଜହ୍ନରାତି,
କେବେ ତୁମେ ସ୍ମୃତି ବିରହି ପ୍ରଣରେ
କୁହୁଳା ନିଆଁର ତାତି l
ସ୍ମୃତି ତୁମେ କେବେ ନିଷ୍ଠୁର ନିର୍ମମ
ଶତ୍ରୁ ଠାରୁ ଭୟଙ୍କର ,
ପୁଣି ତୁମେ କେବେ ଦରଦୀ ବନ୍ଧୁଟେ
ତୁଳନା ନାହିଁ ଟି ଯା''ର l
ସ୍ମୃତି ତୁମେ କେବେ କାକର ଟୋପାର
ମୁକୁତା ର ରୂପରେଖ,
କେବେ ପୁଣି ତୁମେ ଝଡବର୍ଷା ରାତି
ଦୁଃଖ ଆଉ ଖାଲି ଦୁଃଖ l
ଏ ଜୀବନ ସତେ ସ୍ମୃତିର ସହର
ଆଜି ଯାହା କାଲି ସ୍ମୃତି ,
ସ୍ମୃତିବିନା କିଛି ନାହିଁ ଏ ଜୀବନେ
ନାହିଁ ବି ବିଲୟ ସ୍ଥିତି l

