"ଚାହିଁଥିଲି ଦିନେ "
"ଚାହିଁଥିଲି ଦିନେ "
ଚାହିଁଥିଲି ଦିନେ ସରଗର ଚାନ୍ଦ
ତୁମ ରୂପରଙ୍ଗ ଦେଖି
ତମେ ଆସିଥିଲ ଆମ ଆଡେ ବୁଲି
ମୁହଁରେ ହଳଦୀ ମାଖି
ପାଇବାର ଆଶା ବଢ଼ିଗଲା ମୋର
ଚାହାଣୀର ଭାଷା ପଢି
ଇଛା ହେଉଥିଲା ବାହୁ ବନ୍ଧନରେ
ଧରିବାକୁ ଟିକେ ଭିଡ଼ି ।।
ତମ ମନେ ଦେଖି ବିତୃଷ୍ଣାର ଭାବ
ମନ ମୋର ଦବି ଗଲା
ଭଲ ମନ୍ଦ ଟିକେ ପଚାରିବା ପାଇଁ
ମନେ କାହିଁ ଇଛା ହେଲା
ପ୍ରତାରଣାରକି ଶିକାର ହେଇଛ
କେଉଁ କାପୁରୁଷ ପାଇଁ
ଖୋଲି କହିବକି ମନର ବେଦନା
ସାଥୀ କରି ନେବା ପାଇଁ।।
ବିବେକ ବିଚାର ନାହିଁ ଯାର ପାଶେ
ତାକୁ ଆପଣେଇ ଥିଲ
ଧୋକା ଦେଇଗଲା ଆପଣା ବାଟରେ
ତମେ ହେଲ ବାସି ଫୁଲ
ନିଜେ ଦୁଃଖ ସହି ସୁଖ ବାଣ୍ଟି ଦେବି
ତୁମ ବାକି ଜୀବନରେ
ରାଣୀ ପରି ତମେ ସୁଖରେ ରହିବ
ପାଦ ଥାପି ଅଗଣାରେ ।।
ଜୀବନେ ସହିଛ ଯେତିକି ଯନ୍ତ୍ରଣା
ଏବେ ଯାଅ ସବୁ ଭୁଲି
ନୂଆ କରି ପୁଣି ସଂସାର ଗଢ଼ିବ
ଏ ହୃଦ ଝରକା ଖୋଲି ।।

