STORYMIRROR

Biswaranjan Pradhan

Abstract Romance Classics

4  

Biswaranjan Pradhan

Abstract Romance Classics

"ଚାହିଁଥିଲି ଦିନେ "

"ଚାହିଁଥିଲି ଦିନେ "

1 min
215


ଚାହିଁଥିଲି ଦିନେ ସରଗର ଚାନ୍ଦ 

ତୁମ ରୂପରଙ୍ଗ ଦେଖି

 ତମେ ଆସିଥିଲ ଆମ ଆଡେ ବୁଲି 

ମୁହଁରେ ହଳଦୀ ମାଖି 

ପାଇବାର ଆଶା ବଢ଼ିଗଲା ମୋର

 ଚାହାଣୀର ଭାଷା ପଢି 

ଇଛା ହେଉଥିଲା ବାହୁ ବନ୍ଧନରେ 

ଧରିବାକୁ ଟିକେ ଭିଡ଼ି ।।


ତମ ମନେ ଦେଖି ବିତୃଷ୍ଣାର ଭାବ

ମନ ମୋର ଦବି ଗଲା

ଭଲ ମନ୍ଦ ଟିକେ ପଚାରିବା ପାଇଁ

ମନେ କାହିଁ ଇଛା ହେଲା 

ପ୍ରତାରଣାରକି ଶିକାର ହେଇଛ

କେଉଁ କାପୁରୁଷ ପାଇଁ 

ଖୋଲି କହିବକି ମନର ବେଦନା 

 ସାଥୀ କରି ନେବା ପାଇଁ।।


ବିବେକ ବିଚାର ନାହିଁ ଯାର ପାଶେ

ତାକୁ ଆପଣେଇ ଥିଲ 

ଧୋକା ଦେଇଗଲା ଆପଣା ବାଟରେ

ତମେ ହେଲ ବାସି ଫୁଲ 

ନିଜେ ଦୁଃଖ ସହି ସୁଖ ବାଣ୍ଟି ଦେବି

ତୁମ ବାକି ଜୀବନରେ

ରାଣୀ ପରି ତମେ ସୁଖରେ ରହିବ

ପାଦ ଥାପି ଅଗଣାରେ ।।


ଜୀବନେ ସହିଛ ଯେତିକି ଯନ୍ତ୍ରଣା

ଏବେ ଯାଅ ସବୁ ଭୁଲି 

ନୂଆ କରି ପୁଣି ସଂସାର ଗଢ଼ିବ

 ଏ ହୃଦ ଝରକା ଖୋଲି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract