Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswaranjan Pradhan

Children Stories Inspirational Children

4  

Biswaranjan Pradhan

Children Stories Inspirational Children

ଗଣିତ

ଗଣିତ

1 min
384


ଗଣିତ ପାଠ ଟି ଭାରି ମଜାଳିଆ

  ସବ ପାଠ ଠାରୁ ସାର

ସୂତ୍ର ଉପସୂତ୍ର ଯେତେ ଯାହା ଅଛି

  ସେସବୁ ତା' ଅଳଙ୍କାର ।


ଜୀବନ ଯୁଦ୍ଧରେ ବିଜୟୀ ହେବାକୁ

  ଦେଖାଏ ଅସଲ ବାଟ

ମିତ୍ର ଟିଏ ଭାବି ଆପଣାଏ ଯିଏ

  ସେ ଏକା ଉତ୍ତମ ଚାଟ ।


ନାରିକେଳ ପରି ଉପରେ କଠିନ

  ଭିତର ଅମୃତ ଭରା

ମନଯୋଗ ଦେଇ ଆୟତ୍ତ କରେ ଯେ

  ଜିଣେ ସିଏ ବସୁନ୍ଧରା ।


ଆଉ ସବୁ ପାଠ ଆଣୁ ବା ନଆଣୁ

  ଜୀବନରେ କିଛି ଖୁସି

ପ୍ରତି ମୁହୂର୍ତ୍ତରେ ଗଣିତ ପାଠର

  ଗୁରୁତୃ ରହିଛି ବେଶୀ ।


ଜାଣି ରଖ ପିଲେ ଗଣିତ ପାଠ ଟି

  ଅଡ଼ୁଆ ସୂତାଟେ ପରି

ଗୋଟିଏ ମୁଣ୍ଡକୁ ପାଇଗଲା ପରେ

  ବାହାରିବ ଥିରି ଥିରି ।


ଡରି ଯିବନି କି ହାରିଯିବ ନାହିଁ

  ଗଣିତ ବହିକୁ ଦେଖି

ଭାବି ପାରିବନି ଏତେ ସୁଖ ଦେବ

  ସୂତ୍ର ଖାଲି ଗଲେ ଶିଖି ।


Rate this content
Log in