STORYMIRROR

Biswaranjan Pradhan

Others

3  

Biswaranjan Pradhan

Others

ରକ୍ଷାକର ପ୍ରଭୁ

ରକ୍ଷାକର ପ୍ରଭୁ

1 min
269


ରକ୍ଷା କର ପ୍ରଭୁ      ନିରୀହ ଜନକୁ

      ଦିଅ ନାହିଁ ଆଉ କଷ୍ଟ

ସାରା ଜଗତକୁ      ବିଶ୍ୱ ମହାମାରୀ

      କରି ଦେବ ପୁଣି ନଷ୍ଟ ।୦।


କରୋନା ଗ୍ରାସୁଛି     ମଣିଷମାନଙ୍କୁ

    ପଶୁ ପକ୍ଷୀ ଠାରେ ନାହିଁ

କାହିଁକି ଏ ଲୀଳା     ତୁମରି ସଂସାରେ

     ତୁମକୁ କି ଜଣା ନାହିଁ ? ।୧।


ତୋ ପାଦେ ଶରଣ    ପଡୁଛି ମଣିମା

     ଭକ୍ତ ପ୍ରତି ଦିଅ ଲୟ

ମାରିଲେ ମାରିବ     ରଖିଲେ ରଖିବ

   ନାହିଁ ମୋ ମନରେ ଭୟ ।୨।


ଦେଇ ଥିଲ ସୁଖ     ଦେଲ ପୁଣି ଦୁଖଃ

      ପୁରୁବ ବରଷ ପରି

କେମିତି ବଞ୍ଚିବେ     କରୋନା ଦାଉରୁ

    ତୁମେ କୁହ ଚକ୍ରଧାରୀ ।୩।


ଅଙ୍କାବଙ୍କା ଏଇ     ଜୀବନ ବାଟରେ

    ତୋର ବିନା କେହି ନାହିଁ

ଯିବାକୁ ଅଛି ଯେ    ଅନେକର ପଥ

     ବାଟ କାଢ଼ି ନେବୁ ତୁହି ।୪।


ପନ୍ଦର ମାସ ହେଲା   ହସ ଲିଭି ଲାଣି

     ଓଠ ବି ହୋଇଛି ବନ୍ଦୀ

ହସିବାକୁ କିସ     ରଖିଛ ହେ ପ୍ରଭୁ

      ଦିନ ଯାଏ ତୁଣ୍ଡି ବାନ୍ଧି ।୫।


ତଥାପି ବିଶ୍ୱାସ     ରହିଛି ତୁମଠି

      ଘଟି ଯାଉ ସବୁ କିଛି

ତୁମେ ହିଁ କରିବ    ସଙ୍କଟୁ ଉଦ୍ଧାର

     ଆଖିର ଲୁହକୁ ପୋଛି ।୬।

🙏🙏🙏🙏🙏🙏🙏🙏🙏

    


Rate this content
Log in