STORYMIRROR

Biswaranjan Pradhan

Abstract Children Stories Inspirational

4  

Biswaranjan Pradhan

Abstract Children Stories Inspirational

କେମିତିକା ନୂଆବର୍ଷ?

କେମିତିକା ନୂଆବର୍ଷ?

1 min
345

ଜାନୁଆରୀ ଏକ ନୂଆ ବର୍ଷ ବୋଲି 

    ଉଠୁଛି ପଡୁଛି ମାଟି ‌।

କେମିତିକା ଇଏ ନୂଆ ବର୍ଷ ବୋଲି 

  ଫିଟୁନି କାହାରି ପାଟି ।।

ଇଂରେଜ ଗୋଲାମୀ ମନରୁ ଆମର 

   ଏଯାଏ ଯାଉନି ଛାଡି ।

ଅନ୍ଧାନୁକରଣ ଭୂତ ଭଳି ସତେ

  ବସିଛି ଆମକୁ ମାଡି ।।

ପାଗ ବଦଳୁନି ଋତୁ ବଦଳୁନି 

  ବଦଳୁନି ଗଛଲତା ।

ସରକାରୀ ହେଉ ଅବା ବ୍ୟବସାୟ 

 ‌ ‌ ବଦଳେନି ଅର୍ଥ ଖାତା ।।

ପାଠପଢା ଶ୍ରେଣୀ ବଦଳି ଯାଉନି 

   ବଦଳୁନି ଚାଷବାସ ।

ପ୍ରକୃତି ତ କିଛି ‌‌ ନୂଆ ଲାଗୁନାହିଁ 

  ବଦଳୁଛି ଖାଲି ମାସ ।।

ନୂଆ ବର୍ଷ ପାଇଁ ‌ ନୂଆ କିଛି ନାହିଁ 

  କେମିତି ଏ ନୂଆ ବର୍ଷ ?

ମଦ ମାଂସ ଖାଇ ଅଯଥା ନାଚନ୍ତି 

   ହଜାଇ ଉଚ୍ଚ ଆଦର୍ଶ ।।

ଚଇତ୍ର ମାସର ‌ ଶୁକ୍ଳ ପ୍ରତିପଦା 

  ନୂଆ ବର୍ଷ ସନାତନ ।

ପ୍ରକୃତି ଲାଗଇ ସବୁ ନୂଆ ନୂଆ 

  ଖୁସିରେ ନାଚଇ ମନ ।।

ଆମ ସଂସ୍କୃତିକୁ ଭୁଲିଯାଇ ଆମେ

  ହେଉଛନ୍ତି ବାଟବଣା ।

ଇଂରେଜ ଗୋଲାମୀ ଲାଗୁଛି ଆମକୁ 

   ସତେଅବା ମିଠାପଣା ।।


Rate this content
Log in

Similar oriya poem from Abstract