STORYMIRROR

baishnaba meher

Abstract

3  

baishnaba meher

Abstract

ପକ୍ଷୀ

ପକ୍ଷୀ

1 min
169

ନବ ନବ ଘନକେଶୀ ବୃକ୍ଷରାଶି,

କୁଳୁ କୁଳୁ ନିନାଦିତ ନିର୍ଝରଣୀ,

କୁହୁକୁହୁ ତାନେ ଗାଏ କୋଇଲି,

ଦୁରୁ ଦିଶଇ ସୁନ୍ଦର କଜଳପାତି ।


ବରଷା ଦେଖି ମୟୁର ନାଚଇ,

ନଦୀକୂଳେ ସାରସ ମୀନ ଧରଇ,

ଗୀତ ଗାଏ ବାୟା ଚଢ଼େଇ,

ଶୁଣି ଆନନ୍ଦେ ମନ ଝୁମଇ।


କିଚିରି ମିଚିରି ଘର ଚଟିଆ,

କାଉ ରାବଇ କାଆ କାଆ,

ରାତି ଅନ୍ଧାରେ ଉଲ୍ଲୂ ଦେଖେ,

ଫଡଫଡ ବାଦୁଡ଼ି ଲାଗେ ବଢିଆ ।


ଦୂର ଦେଶୁ ଉଡ଼ିଆସେ ପାରା,

ଡେଣା ଝାଡ଼ି ଉଡେ ମାଛରଙ୍କା,

ଭାବୁକ ମନ ଏସବୁ ଦେଖି,

ହୋଇ ଯାଏ ଆହୁରି ଆତ୍ମହରା ।


ଶୁଆ ଶାରୀ ପ୍ରିୟ ସବୁରି,

ଗାଇଯାଆନ୍ତି ପ୍ରେମର ମଧୁର ଗାଥା,

କାଠହଣା ଚଢ଼େଇ, ନୀଳକଣ୍ଠ ପକ୍ଷୀ,

ଦେଖି ଲାଗଇ କେତେ ମଜା ।


ବାଜ, ଚିଲ, ଗରୁଡ଼, ଓଟପକ୍ଷୀ,

ଛୁଆ ଦେଖି ଯାଆନ୍ତି ଡରି,

ଗୁଞ୍ଜନପକ୍ଷୀ ସବୁଠୁ ଛୋଟ ଅଟଇ,

ଶୁଣିବାକୁ କେତେ ସରସ ଲାଗଇ ।


କଥା କହୁଥିଲେ ସରିବ ନାହିଁ,

ଅନେକ ପକ୍ଷୀ ଏ ଧରା-ଧାମେ,

ଧୀରେ ଧୀରେ ବିଲୁପ୍ତ ହେଲେଣି,

ମଣିଷର ନାନା ପ୍ରକାର କୁକର୍ମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract