ମୋ ଘଟଗାଁ ତାରିଣୀ ମା
ମୋ ଘଟଗାଁ ତାରିଣୀ ମା
ମନ୍ଦାର ମାଳିନୀ ମୋର ଘଟଗାଁ ତାରିଣୀ ମା
ଆନନ୍ଦ ପୁର ସୀମା ପରେ ଘଞ୍ଚ ଜଙ୍ଗଲ ,
ସେଠି ମଧ୍ୟ ସ୍ଥଳ ଶାଳ ବଣ ବନ ପିଠିରେ ,
ମା ରହିଲେ ପାଷାଣ ହୋଇ ନିଜ,ଖୁସିରେ !
କିମ୍ବଦନ୍ତୀ ଅଛି ଯାହା ତ୍ରେତୟା ଯୁଗରେ,
ରାମ, ଲଖଣ, ସୀତା ବନବାସ ବେଳେ ,
ଦୁଷ୍ଟ ରାବଣ ସୀତାକୁ ହରଣ କଲେ !
ଶୋକତୁରା ହୋଇ ଦୁଇଟି ଭାଇ ରାମ, ଲଖଣ,
ସର୍ଵ ଶକ୍ତି ମା ଦୁର୍ଗାକୁ ଆରାଧନା କଲେ !
ପୂଜାରେ ମା ଭଗବତୀ, ଦୁର୍ଗା ପ୍ରଶନ ହୋଇ,
ମା ସଙ୍କଟ ତାରିଣୀ ରୂପରେ ଦର୍ଶନ ଦେଇ,
ରହିଛନ୍ତି ଭକ୍ତ ବୃନ୍ଦଙ୍କ ପାଇଁ !
ପ୍ରଥମେ ପୂଜିଲେ ଭକ୍ତ କନବାଇ କନ୍ଦ,
ତାପରେ ପୂଜିଲେ ସାରା ଜଗତ !
ଗୋବିନ୍ଦ ଭଞ୍ଜ ଦେବଙ୍କ ନିର୍ମାଣ,
ମା ଭଗବତୀ ସଙ୍କଟ ତାରିଣୀଙ୍କ ପୀଠ !
ଚାଲ ଭକ୍ତ ବୃନ୍ଦ ବୁଲି ଆସିବା ,
ମନସ୍କାମନା ମା କରନ୍ତି ପୁରା !
ପାଣି ମାଗିଲେ ମା ତୁ ଦେଉ ପଣା ,
ମୁଁ ଅଜ୍ଞାନି ଜପ,ତପ, ପୂଜା ମତେ କି ଜଣା !
ତାରିଣୀମାଙ୍କ ଚାରି ଗୋଟି ହସ୍ତ ,
ବାମ ହସ୍ତ ଉପରେ ଚକ୍ର ,
ତଳହସ୍ତେ ମା ଧରିଛନ୍ତି ତ୍ରିଶୂଳ,
ଦକ୍ଷିଣ ହସ୍ତର ଉପର ଭାଗରେ,
ମା ଧରିଛନ୍ତି ଖଡ଼ଗ !
ତଳ ହସ୍ତ ରହିଛି ଶୂନ୍ୟ,
ସେହି ହସ୍ତେ ମା କରନ୍ତି ଆଶିର୍ବାଦ
ଫୁଲ ପରି ଛନଛ ନି ଆ ତାରିଣୀଙ୍କ ମନ ,
ଭକତର ଦୁଃଖ ଦେଖିଲେ ହୁଅନ୍ତି ଉଛନ !
ଯାହା ମାଗିଲେ ମା ଦିଅନ୍ତି ତୁରନ୍ତ,
ସେହି ପରା ଆମ ତାରିଣୀଙ୍କ ପୀଠ !
ମା ତାରିଣୀଙ୍କୁ ନଡ଼ିଆ ଯାଚିଲେ ,
ଉଠିଲା ମେଘ ବରଷେ ନାହିଁ !
ଘଟ ଗାଁ ତାରିଣିଙ୍କ ପୀଠ ,
ଯେଉଁଠି ଲାଗେ ଭକ୍ତଙ୍କ ଭିଡ଼ !
ମା'ଙ୍କ ମହିମା ମୁଁ କଣ ବଖାଣିବି.
ସେତ ସର୍ବ ଶକ୍ତିମାନ ପ୍ରତ୍ୟକ୍ଷ ଦେବୀ !
ମନସ୍କାମନା ପୁରା କରନ୍ତି ଭକ୍ତଙ୍କ ଭକ୍ତିରେ ,
ଚାଲ ବୁଲିଯିବା ଘଟ ଗାଁ ତାରିଣୀ ଥରେ !
