STORYMIRROR

Padmini Parida

Children Stories

4  

Padmini Parida

Children Stories

ଶିଶୁଗଣ

ଶିଶୁଗଣ

1 min
243

    ଅମୂଲ୍ୟ ରତନେ ଗଢା ଶିଶୁଗଣ

    ଆଦର୍ଶ ଯତନେ କରିବେ ନୂତନ ସମାଜ।

    ଉତ୍ତମ ଚରିତ୍ର ପାଇଁ ଆବଶ୍ୟକ ବ୍ରହ୍ମଜ୍ଞାନ

     ବ୍ରହ୍ମଜ୍ଞାନ ଅଭାବରେ ହୁଅନ୍ତି ହୀନିମାନ।

      ଲୋଡାନାହିଁ ତାକୁ ସଂସାର ଜଞ୍ଜାଳ

      ଶିଶୁଙ୍କ ଉତ୍ତମ କର୍ମରେ ଏ ଧରା ହେବ ସ୍ୱର୍ଗଧାମ।

       ଅସୁର କୂଳରେ ଭକ୍ତ ପ୍ରହଲ୍ଲାଦ

       ପାଇଥିଲେ ଦିବ୍ୟଜ୍ଞାନ।

       ସେହି ଜ୍ଞାନ ବଳେ ସଂସାର ଜିଣିଲେ

       କାଳଗାଏ ତାଙ୍କ ନାମ।

        ଶିଶୁ ଙ୍କ ଶିକ୍ଷା ଅନିବାର୍ଯ୍ୟ

        ଧର୍ମୀୟ ଗ୍ରନ୍ଥରେ ଏହା ଈଶ୍ୱରଙ୍କ ବିଧାନ।

        ହେ ଈଶ୍ୱର ଶିଶୁଟି କୋମଳ କଢ଼

        ନ ଥାଏ ତା ପାଖରେ ହିଂସା ଅପବାଦ।

        ଲୋଡା ଖାଲି ତାକୁ ସ୍ନେହ ମମତା

        ମନ କିଣିନିଆ ଦୁଇ ପଦ କଥା।

         ଯତ୍ନ କଲେ ରତ୍ନ ମିଳେ 

         ଶିଶୁଙ୍କ ଯତନେ ଦେଶର ଯଶ ରଖିବେ ସେମାନେ।

       ଶିଶୁଙ୍କୁ କର୍ତ୍ତବ୍ୟ ଦାୟିତ୍ଵ ଶିଖାଇବା

        ଅଭିଭାବକ ଓ ଗୁରୁଜନଙ୍କ ତାହା କାମ।

       ଶିଶୁଙ୍କୁ ଧର୍ମ ରାସ୍ତା ଦେଖାଇବେ ପ୍ରଭୁ

       ଯେଉଁ ରାସ୍ତାରେ ପିଲା ପାଇବେ ସବୁ।

        ପର ଉପୋକାର, ସଚଟ ହେବା ଶିଖାଇବା

        କର୍ମର ଫଳ ମିଳିବ ତାହା ବୁଝାଇବା।

        ଧର୍ମର ଜୟ ପାପ ର କ୍ଷୟ

        ଏହି ସୂତ୍ରେ ଆଗେ ବଢ଼ାଇବା।

        

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍