STORYMIRROR

Padmini Parida

Classics Fantasy

4  

Padmini Parida

Classics Fantasy

ମୁଁ ନାରୀ

ମୁଁ ନାରୀ

1 min
29


ନୁହେଁ ମୁଁ ଅଵଳା ନୁହେଁ ଦୂର୍ବଳା

ଶକ୍ତ ମାନସିକତାର ପ୍ରତିମା।

ଆନନ୍ଦଦାୟିନୀ ସୁଖ ପ୍ରଦାୟନୀ

ମମତାର ସେବା ଖଣି।

ମୁଁ ସେ ପ୍ରେରଣା ଆଉ ପ୍ରତିଜ୍ଞା

ଜିତିବାର ପରିଭାଷା ଟିଏ। 

ଗୃହଯଜ୍ଞ ପାଇଁ ମୁଖ୍ୟ ଯଜମାନ

ମୋ ଭଳି ପରି ହେବ କିଏ?

ନାରୀ ମମତାର ନିର୍ଝରଣୀ

ବକ୍ଷର ଅମୃତେ ସଦା ଜୀବନ ଦାୟିନୀ।

ଅଗ୍ନି ପରୀକ୍ଷାର ଜଳନ୍ତା ସୀତା 

ଅନେକ ରୂପର ଅତୁଳନୀୟ ମୋ ତ୍ୟାଗ  ।

ମୁଁ ତ୍ରିଶକ୍ତି ର ଧାରାଟିଏ 

ସୃଷ୍ଟିର ରକ୍ଷା ମୋ ବିନା ସମ୍ଭବ ଜମାରୁ ନୁହେଁ।

ସହନଶୀଳତା ଅଳଙ୍କାର ମୋର

ମୁଁ ସର୍ବସଂହା ଧର୍ଯ୍ୟଶାଳି ସର୍ବମଙ୍ଗଳ କାରିଣୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics