STORYMIRROR

Padmini Parida

Abstract

4  

Padmini Parida

Abstract

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
286


ମାମୁଁ ଘରୁ ଆସିଛି ଭାର

ପ୍ରଥମାଷ୍ଟମୀରେ ହେବା ତେୟାର।

ହଳଦୀ ପତର ଏଣ୍ଡୁରୀ ପିଠା 

ମହ ମହ ବାସେ ଆହା କି ମିଠା। 

ହଳଦୀ ପତରର ଔଷଧୀୟ ଗୁଣ 

ଦେହକୁ କରିବ ଭାରି ଟାଣ । 

ପ୍ରଥମ ସନ୍ତାନ ପଢୁଆଁ ହୋଇବ


କୃପା କରି ପ୍ରଭୁ ଝରାଓ ଆଶିଷ। 

ନବ ବସ୍ତ୍ର ପିନ୍ଧି ସିନ୍ଧୁର ଚନ୍ଦନେ 

ଜେଷ୍ଠକୁ ବନ୍ଦାପନା ଯତନେ। 

ପଢୁଆଁଷ୍ଟମୀରେ ମୁରୁଜ ପଡ଼ିଛି

 ଆମ୍ବପତରର ତୋରଣସାଜିଛି।


ବୃନ୍ଦାବତୀପୁଜା ସଙ୍ଗେ ଷଠି ଘରେ

 ଦୂବ ବରକୋଳି ପତ୍ରେ କରି ସିଙ୍ଗାର| 


ପ୍ରଥମ ସନ୍ତାନ ନିଜର ସମ୍ମାନ ପାଇ

 ସଚେତନ ହେବ ଭାଈ । 

ପରିବାରରେ ବହୁତ କର୍ତ୍ତବ୍ୟ ତାହାର 

ସ୍ମରଣ କରିବା ପଢୁଆଁଷ୍ଟମୀ ଦିନ।

 ଶ୍ରୀ ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ

 ପଢୁଆଁ ହେବାର ନୀତି। 

ପଢୁଆଁ ହୁଅନ୍ତି ପ୍ରଭୁ ଲିଙ୍ଗରାଜ

 ମାମୁଁ ଘରୁ କେତେ ଆସିଥାଏ ସଜ। 

ସାନ ହେଉ କିମ୍ବା ମଝିଆ

 ସମସ୍ତଙ୍କୁ ନୂଆ ବସ୍ତ୍ରରେ ସର୍ଜିତା ।

 ପିଠା ପଣା କ୍ଷୀରି ସାହିରେ ବାଣ୍ଟି

 ସଭିଙ୍କୁ କରିବା ଏକାଠି ସାଉଁଠୀ। 

ପିଢ଼ା ଉପରେ ଆଙ୍କି ଚିହ୍ନ ପତକାର

 ଝିଅ ପାଇଁ ପଦ୍ମଫୁଲ ଚିତା ଲେଖି

 ଶୁଭ ମାନସୀ ଆମେ ପ୍ରଥମାଷ୍ଟମୀ ପାଳିବା।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract