STORYMIRROR

Padmini Parida

Inspirational

3  

Padmini Parida

Inspirational

ଧନୁ ସଂକ୍ରାନ୍ତି

ଧନୁ ସଂକ୍ରାନ୍ତି

1 min
184


ବାର ମାସେ ତେର ପରବ ଆସଇ ଆଣି ଆନନ୍ଦ ପସରା, ଧନ୍ୟ ଏ ଉତ୍କଳ ଭୂଖଣ୍ଡ ଯହିଁରେ ପ୍ରଥା ପରମ୍ପରା ଭରା ।


ବିଛା ରାଶି ଛାଡ଼ି ଧନୁ ରାଶି ଯୋଡ଼ି ସୂର୍ଯ୍ୟ କରନ୍ତି ଗମନ, ଶୀତର ପ୍ରକୋପ ହୁଏ ଅନୁଭୂତ ପଉଷର ଆଗମନ ।


ବରଷ ଯାକର ପରିଶ୍ରମ ଫଳ କ୍ଷେତରୁ କରି ଅମଳ ଆନନ୍ଦରେ ଚଷାଭାଇ ତାକୁ ଆଣି ଖଳାରେ କରଇ ଠୁଳ ।


ଗୁଡ଼ ନଡ଼ିଆ ଓ ଚୂଡ଼ା ଖଇ ମିଶା ଧନୁ ମୁଆଁ ସାଥେ ନେଇ, ମାଆ ସାଆନ୍ତାଣୀ ତାଙ୍କ ବାପା ଘର ଯାଇଥାନ୍ତି ମାସେ ପାଇଁ ।


ଦ୍ବାପର ଯୁଗର ସ୍ମୃତି ଉଜ୍ଜୀବିତ ମାଆର ହାତ ରାନ୍ଧଣା, ଏବେ ଶ୍ରୀମନ୍ଦିରେ ପହିଲି ଭୋଗରେ ପରମ୍ପରା ଜଣା ସିନା ।


ସନ୍ଧାନ ବତ୍ସଳା ମାତା ଯଶୋମତୀ ରାନ୍ଧି ସୁସ୍ବାଦୁ ବ୍ୟଞ୍ଜନ, ଭୁଞ୍ଜାଇ ଥାଆନ୍ତି ଭାଇ ଭଉଣୀଙ୍କୁ ପହିଲି ଭୋଗ ସେ ଜାଣ ।


ଶୀତର ପ୍ରକୋପୁ ପାଇବାକୁ ରକ୍ଷା ପୂଜି ସୂର୍ଯ୍ୟ ନାରାୟଣ, ଧନୁ ମୁଆଁ ଭୋଗ ଲଗାଇ ନୈବେଦ୍ୟ କରିଥାନ୍ତି ନିବେଦନ ।


ସର୍ବ ଶକ୍ତିର ଆଧାର ଦିବାକର ପୂଜି ତାଙ୍କୁ ଭକ୍ତିଭରେ, ଶୀତର ପ୍ରକୋପୁ ଜୀବ ଜଗତକୁ ରକ୍ଷା ଉଦ୍ଦେଶ୍ୟ ଯହିଁରେ ।


କି ସୁନ୍ଦର ଆମ ପ୍ରଥା ପରମ୍ପରା ଜଗତ କଲ୍ୟାଣ ପାଇଁ, ବସୁଧୈବ କୁଟୁମ୍ବକମ ନୀତି ଯେ ଅଛୁ ଆମେ ଆପଣାଇ ।


Rate this content
Log in

Similar oriya poem from Inspirational