STORYMIRROR

Padmini Parida

Inspirational

3  

Padmini Parida

Inspirational

ତଅପୋଇ ସାତଭାଇ

ତଅପୋଇ ସାତଭାଇ

1 min
237


କୁଳୁକୁଳୁ ନାଦେ ମହାନଦୀ କୁହେ

ସାଧବ ପୁଅଙ୍କ କଥା ।

ମୋ ଉତ୍କଳରେ ଧନ ଦଉଲତ

ଭରି ଦେଇଥିଲେ କଳିଙ୍ଗ ସାଧବ ପୁଅ।


ଆଜି ସେହି ଉତ୍କଳ ବାଣିଜ୍ୟ ହୀନ

ନିତିଦିନି ଖବର କୃଷକଙ୍କ ଆତ୍ମହତ୍ୟା

କେମିତି କାଳିଆ ଗରିବଙ୍କ ମୁହଁରେ

ଫୁଟିବ ହସ ମୁଁ ଭାରି ଚିନ୍ତିତ।


ଧନେଶ୍ବର ସୌଦାଗର


ସାତ ପୁତ୍ରଏକମାତ୍ର କନ୍ୟା ଅଲିଅଳି ସୁକୁମାରୀ ସାତ ଭାଇ ର ନୟନର ତାରା ତଅପୋଇ ଯାର ନାମ । ବୁଢ଼ୀବ୍ରାହ୍ମଣୀ କଥାରେ ମାଗିଲା ସେ ସୁନା ଚାନ୍ଦ, ଗଢା କାମ ନ ସରିବା ଆଗରୁ ପିତାମାତା ଗଲେ ସ୍ବର୍ଗଧାମ।


ବାଣିଜ୍ୟ ଯାତ୍ରାରେ ସପ୍ତ ସମୁଦ୍ର ପାରି ଜଳଯାତ୍ରା କଲେ ଜାଭା, ସୁମିତ୍ରା


ଭାଉଜ ସବୁ ଭଗାରି ହୋଇ ଖାଦ୍ୟ ପାଣି ବନ୍ଦ କରି ତଅପୋଇଙ୍କୁ ପ୍ରତିଦିନ ବନସ୍ତେ ପଠାନ୍ତି ଛେଳି ଚରାଇବାକୁ, ଅତି ସୁକୁମାରୀ ସାଧବ ଦୁଲଣୀଙ୍କ କାନ୍ଦି କାନ୍ଦି ଯାଏ ଦିନ ।


କନିଷ୍ଠ ଭାଉଜ ନିଳନ୍ଦ୍ର ଭାରି ଜତନରେ କୋଳରେ ବସାନ୍ତି ।


ଘରମଣୀ ନାମେ ଛେଳି ଟି ଯେବେ ହୋଇଗଲା ବନସ୍ତେ ହଜି, ବଡ଼ ଭାଉଜଙ୍କ ସେ ପ୍ରିୟ ଥିଲା ମାଡ଼ ମାରୀ ଦେଲେ ତଢ଼ୀ ।


ତଅପୋଇ ଘୋରବନସ୍ତେ ମା ମଙ୍ଗଳାଙ୍କ ନାମ ଧରି ଖୋଜେ


ଘରମଣୀ ମିଳୁ ମା ଏତିକି ଗୁହାରୀ।


ଭାଦ୍ରବର ରବିବାର ଭାଇଙ୍କ ମନାସୀ ରହିଛନ୍ତି ଅନାହାରେ ମୁଠାଏ ଖୁଦରେ ହୁଳହୁଳି ଶବ୍ଦ କାନେ ଗଲା ପଡି ଖୁଦୁରକୁଣୀ ପୂଜାର୍ଚ୍ଚନା କଲା ଭକ୍ତିରେ ଡାକ ଶୁଣି ମା ମଙ୍ଗଳା ଫେରାଇଲେ ସାତଭାଇ।


ଛଅ ଭାଉଜଙ୍କ ଶାସ୍ତି ସେ ଦେଇ ତଅ ପୋଇ କାଟି ଦେଲା


ନାକ ଗୋଟି ଗୋଟି କରି, ସାନ ଭାଉଜଙ୍କ ଗଳରେ ପିନ୍ଧାଇଲା ରନ୍ଧମାଳ । ମା ମଙ୍ଗଳାଙ୍କ ପାଇଁ ପାଇଲା ତଅ ପୋଇ ସରଗ ସୁଖଟି।


ନିସ୍ଟାରିଲା ଘୋର ପାପରୁ ତଅପୋଇ ଯାହା ପୁରାଣ କହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational