ପ୍ରେମ
ପ୍ରେମ
ଦୁଇ ପଦ ତୁମ ସହିତ!
ଦିନେ ଥିଲା ସେ ଦେହ ର ବେଦନା,
ଆଜି ବାସ୍ ରହିଯାଇଛି
ହୁଏ ତ ଏକ ପ୍ରକାର
ମନ ର ଯାତନା।
ପ୍ରେମ ତୁମେ କେତେ ଯେ ଖେଲିଚ
ଏହି ଜନ୍ମେ ମୋ ସହିତ ଲୁଚକାଳି
ତୁମେ ନିଜେ ହିଁ ଥରେ, ଭାବ ନା ?
ସମାଜର ର ସାମାଜିକତା ଓ ପ୍ରଚଳିତ ପ୍ରଥା,
ବୟସ ର
ସମୟ ସହିତ ଫୁଟି ପୁଣି ନୀରବେ ଝଡିଯାଉଥିବା:
ଆଶା, ବିଶ୍ୱାସ, ଆଗ୍ରହ, ଇଚ୍ଛା, ଉନ୍ମାଦନା ଓ ପ୍ରତାରଣା
ର ଅସରନ୍ତି ଗାଥା
ଏହା ତ ମଣିଷ ମାତ୍ରେକେ,
ଅଳ୍ପେ ବହୁତେ ସସଭିଙ୍କୁ ଗ୍ରାସେ!
ବିଧି ବର୍ଦ୍ଧିତ ଭାବେ,
କେହି ଏଇ ସୁଏ ବୋହି ଯାଇ ଜୀବନ କୁ ସାରି ଦିଏ,
ତ କେହି ତୁମର,
ଅସ୍ଥାୟୀ ସ୍ଥାଇତ୍ଵ କୁ ଅପେକ୍ଷା କରି ଚିର ଦିନ ରହି ଯାଏ।
ମୁଁ କଣ(?),
ମୁଁ ନିଜେ ବି ଜାଣେନା!
ତେଣୁ ତୁମର
ସବୁ ଜ୍ଞାନ, ସଂଜ୍ଞା, ପରିକଳ୍ପନା ଓ ପରାକାଷ୍ଠା କୁ ଏଡ଼ାଇ,
ଆଜି ମୁଁ ସାଜିଛି
ଜଣେ ଅମାଇୟକ, ଅମ୍ଳାନ, ନିର୍ଦ୍ଵନ୍ଦି ଦ୍ରଷ୍ଟା!
ଜୀବ ଥିବା ଯାଏ ଯେହେତୁ,
ଇଚ୍ଛା ଅନିବାର୍ଯ୍ୟ,
ଆଜି କେବଳ ଏକ ମାତ୍ର ଇଚ୍ଛା:
ତୁମେ ଓ ମୁଁ, ଏକା ହୋଇ ଯିବା!
ଯେହେତୁ କେବେ ପ୍ରେମ ମିଳିଲାନି,
ନିଜେ ହିଁ ପ୍ରେମ ହୋଇଯିବା ।
